www.samajalive.in
Wednesday, December 10, 2025
26.1 C
Bhubaneswar

ଭଞବିହାର କ୍ୟାମ୍ପସ ପରିସର ଖାଁ ଖାଁ, ୪୦ ବର୍ଷ ଧରି ବ୍ୟବସାୟ କରୁଥିବା ଦୋକାନୀ ବେଦଖଲ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କ୍ୟାମ୍ପସ ପରିସରରେ ଦୀର୍ଘ ବର୍ଷ ଧରି ଦୋକାନ କରି ବ୍ୟବସାୟ କରି ଆସୁଥିବା ସମସ୍ତ ଦୋକାନୀକୁ ଉଛେଦ କରାଯିବା ଫଳରେ କ୍ୟାମ୍ପସ ପରିସର‌ ଖାଁ ଖାଁ ଲାଗୁଥିବା ବେଳେ କ୍ୟାମ୍ପସ ପରିସରରେ ରହୁଥିବା ବିଶ୍ଵବିଦ୍ୟାଳୟ କର୍ମଚାରୀ ସମେତ ବିଦ୍ୟାର୍ଥୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। କ୍ୟାମ୍ପସ ପରିସରରେ ଚା ଦୋକାନ, ଜେରକ୍ସ ଦୋକାନ, ପନିପରିବା ଦୋକାନ, ହୋଟେଲ ସହ ମେଡିସିନ ଦୋକାନ ଦିପା ମାର୍କେଟ ସମେତ ଆନନ୍ଦ ବଜାରରେ ଖୋଲା ଯାଇଥିଲା। ବିଶ୍ଵବିଦ୍ୟାଳୟ ପରିସରରେ ଦୀର୍ଘ ୪୦ ବର୍ଷରୁ ଅଧିକ ହେବ ଆନନ୍ଦ ବଜାରରେ ୧୨ ଟି ଓ ଦୀପା ମାର୍କେଟରେ ୧୨ଟି ଦୋକାନ ଗୃହ ରହିଛିl ଏଥିରେ ଆନନ୍ଦ ବଜାରରେ ଚାହା ଦୋକାନ, ଟିଫିନ, ପରିବା, ମିଲସ ହୋଟେଲ, ପାନ ଦୋକାନ, ସେଲୁନ ଏଣ୍ଟରନେଟ କେଫ, କୋରିୟର, ଟେସନାରୀ, ବିୟୁଟି ପାର୍ଲର ରହିଥିବା ବେଳେ ଦୀପା ମାର୍କେଟରେ ମେଡିସିନ ଷ୍ଟୋର, ଏଣ୍ଟରନେଟ କାଫେ, ଟେସନାରୀ ରହିଥିଲା। ବ୍ୟବସାୟୀମାନେ ବ୍ୟବସାୟ କରିବା ସହ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ। କିନ୍ତୁ ଗତ ଜୁଲାଇ ୩ ତାରିଖରେ ନୋଟିସ ନଂ ୬୯୧୭ ପ୍ରକାରେ ଉଭୟ ମାର୍କେଟ ଅଞ୍ଚଳରେ ଦୋକାନ କରିଥିବା ଦୋକାନୀ ମାନଙ୍କୁ ଜୁଲାଇ ୩୧ ତାରିଖ ସୁଦ୍ଧା ଦୋକାନ ଗୃହ ଖାଲି କରିବାକୁ କୁଳସଚିବଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏଥି ସହ ଆଗାମୀ ଦିନରେ ଦୋକାନ ଗୃହ ବଣ୍ଟନ ନିମନ୍ତେ ଦରଖାସ୍ତ ଆହ୍ଵାନ ସହ ଟେଣ୍ଡର ମାଧ୍ୟମରେ କେବଳ ୨ଟି ଚାହା ଦୋକାନ, ସଉଦା ଦୋକାନ, ଜେରକ୍ସ ଦୋକାନ ସହ ମେଡିସିନ ଦୋକାନ କେବଳ ଖୋଲାଯିବ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ ଏହା ମଧ୍ୟରେ ଦୋକାନ ଖାଲି କରିବାର ଅବଧିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଜି‌ ଠାରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଅନ୍ୟ ପଟେ ଦୋକାନ ବଜାର ବନ୍ଦ ରହିବା ଯୋଗୁଁ ଆଜି ନାମ‌ଲେଖା ପାଇଁ ଆସିଥିବା ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକ ମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ସୋଇଥିଲେ। ବିଦ୍ୟାର୍ଥୀ ମାନେ ସେମାନଙ୍କ ସାର୍ଟିଫିକେଟ ଆଦିର ଜେରକ୍ସ କିମ୍ବା ପ୍ରିଣ୍ଟ କରାଇବାରେ ଅସୁବିଧା ଭୋଗିଥିବା ଅଭିଯୋଗ କରିଛନ୍ତି। କୁଳପତି ଗୀତାଞ୍ଜଳି ଦାଶ ଦାୟିତ୍ୱ ନେବା ପରେ ଛାତ୍ର, ଛାତ୍ରୀ ଓ କର୍ମଚାରୀ, କ୍ୟାମ୍ପସ ବାସିନ୍ଦାଙ୍କ ଆବଶ୍ୟକକୁ ନଜରରେ ରଖି କ୍ୟାମ୍ପସରେ ଦୁଇଟି ଏଣ୍ଟରନେଟ କେଫ, ଦୁଇଟି ପରିବା ଦୋକାନ, ଦୁଈଟି ଚାହା ଦୋକାନ, ଦୁଇଟି ସଉଦା ଦୋକାନ, ଦୁଇଟି ମେଡ଼ିସିନ ଦୋକାନ ରହିବା ପାଇଁ ବିଜ୍ଞପ୍ତି ଜାରି କରି ୩୧ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ଏହା ବ୍ୟତୀତ ଅନ୍ୟ ଦୋକାନକୁ ଅନୁମତି ମିଳିବ ନାହିଁ ବୋଲି ସୂଚନା ମିଳିଛି। ତେଣୁ ଆଜି ଠାରୁ ଉଭୟ ମାର୍କେଟର ସମସ୍ତ ଦୋକାନ ବନ୍ଦ ରହିଛି।

ଏହା ସହ କ୍ୟାମ୍ପସ ପରିସରରେ ଥିବା ଦୀପା ମାର୍କେଟରେ ଗୋଟିଏ ମାତ୍ର ଔଷଧ ଦୋକାନ ରହିଥିବା ବେଳେ ତାହା ମଧ୍ୟ ଆଜି ବନ୍ଦ ରହିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏ ନେଇ କୁଳସଚିବ ସଚ୍ଚିଦାନନ୍ଦ ନାୟକଙ୍କ ସହ ଯୋଗାଯୋଗ ବେଳେ ଦୋକାନ ଗୃହ ପାଇଁ ଜୁଲାଇ ମାସ ଶେଷ ସୁଦ୍ଧା ଟେଣ୍ଡର ପାଇଁ ନୋଟିସ ଜାରି ହୋଇଥିଲା। କିନ୍ତୁ ପିଜି ଆଡ଼ମିସନ ରହିଥିବାରୁ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଖାଲି କରିବାକୁ ସମୟ ଦିଆଯାଇଥିଲା। ତୁରନ୍ତ ୭ ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories