www.samajalive.in
Wednesday, December 10, 2025
26.1 C
Bhubaneswar

ଚାଇଲଡ ଲାଇନ କେନ୍ଦ୍ର ଟୋଲଫ୍ରି ନମ୍ବର ୧୦୯୮ ବନ୍ଦ

ଫୁଲବାଣୀ: ସରକାର ଏହାର ସଫଳତାକୁ ଦେଖି ଜରୁରୀ କାଳୀନସେବା ୧୧୨ରେ ସାମିଲ କରିଛନ୍ତି ଏବଂ ୧୦୯୮ଟୋଲ ଫ୍ରି ନମ୍ବରକୁ ବନ୍ଦ କରିଦେଇଛନ୍ତି। କିନ୍ତୁ ଜରୁରୀ କାଳୀନ ସବୁସେବା ପାଇଁ ୧୧୨କୁ ଫୋନ କଲେ ତତକ୍ଷଣାତ୍ ଲାଗିବ ତ? ଚାଇଲଡ ଲାଇନ କନ୍ଧମାଳରେ କାର୍ଯ୍ୟ କରୁଥିବା ୮ଜଣ ସ୍ୱେଚ୍ଛାସେବୀ ଏହି ସେବା ବନ୍ଦ ହୋଇଯାଇଥିବାରୁ ଦୁଃଖରେ ମିୟମାଣ ହୋଇ ପଡିଛନ୍ତି। ସେପ୍ଟେମ୍ବର ୧ତାରିଖରେ ଆଉ ୧୦୯୮ରିଙ୍ଗ ହେଉନାହିଁ। ଗତ ୨୦ବର୍ଷ ଧରି ଏହି ନମ୍ବରଟି ସେମାନଙ୍କ ଜୀବନ ସହ ଜଡିତ ହୋଇଯାଇଥିଲା। ଯେଉଁମାନଙ୍କ ନିଷ୍ଠାପର ସେବା ପାଇଁ ଚାଇଲଡ ଲାଇନର ସୁନାମ ଦେଶରେ ବୃଦ୍ଧି ପାଇଥିଲା ସରକାର ସେମାନଙ୍କ ଥଇଥାନ ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି। ୧୫/୨୦ବର୍ଷ କାମ କରିବା ପରେ ଅନ୍ୟତ୍ର ଚାକିରୀ ପାଇଁ ସେମାନଙ୍କ ବୟସ ଅତିକ୍ରାନ୍ତ ହୋଇଯାଇଛି। ସରକାର ଚାଇଲଡ ଲାଇନ କର୍ମଚାରୀଙ୍କୁ ଥାଇଥାନ କରିବା ସହ ନୂଆ ଯୋଜନାରେ ନିଯୁକ୍ତି ଦେଲେ ନୂତନ ଯୋଜନା ମିଶନ ବାତ୍ସଲ୍ୟ ସଫଳତା ପାଇ ପାରିବ ବୋଲି ଦାବି ହେଉଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories