www.samajalive.in
Saturday, December 13, 2025
26.1 C
Bhubaneswar

ବଡ ଧରଣର ଅବକାରୀ ଚଢାଉ: ୨୧ହଜାର ୧୦୫ଲିଟର ପୋଚ, ୧୯୯୫ଲିଟର ମଦ ନଷ୍ଟ, ୭ ମାମଲା ରୁଜୁ

ଗୁରୁଡିଝାଟିଆ: ଡାଳୁଆ ଓ ଖଣ୍ଡୁଆଳି ଗାଁ ପାଖରେ ଥିବା ଜଙ୍ଗଲ ପାଲଟିଛି ଚୋରା ଦେଶୀ ମଦ ରନ୍ଧନର ଏନ୍ତୁଡିଶାଳ। ଏହି ଦୁଇ ଅଞ୍ଚଳ ଚୋରା ଦେଶୀମଦ ରନ୍ଧନ ଓ ବିକ୍ରୟ ପାଇଁ ଜିଲାରେ କୁଖ୍ୟାତି ଆଣିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯୋଜନାବଦ୍ଧଭାବରେ ଚୋରା ଚାଲାଣ କରିଥାନ୍ତି। ମଦମାଫିଆମାନେ ରାଜନୈତିକ ପୃଷ୍ଠପୋକତା ପାଉଥିବାରୁ ବିଭିନ୍ନ ସମୟରେ ଅବକାରୀ ବିଭାଗୀୟ ଅଧିକାରୀଙ୍କ ଆକ୍ରମଣ କରିବାକୁ ପଛାଇନଥାନ୍ତି। ଆଜି ଜିଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡାଳୁଆ ଓ ଖଣ୍ଡୁଆଳି ନିକଟବର୍ତ୍ତି ଜଙ୍ଗଲରେ ସ୍ଥାନୀୟ ପୋଲିସ ସହାୟତାରେ ଚଢାଉ କରାଯାଇଥିଲା।

ଚଢାଉ ସମୟରେ ମିଳିତ ଅବକାରୀ ଟିମ ଆଖି ଖୋସିଲା ଭଳି ଚୋରାମଦ ରନ୍ଧନ ଓ ଗଚ୍ଛିତ କେନ୍ଦ୍ରକୁ ଦେଖି ଆଖି ଖୋସିହୋଇପଡିଥିଲା। ଜଙ୍ଗଲରେ ପ୍ରବାହିତ ଝରଣା କୂଳେ କୂଳେ ଖାଲ ସ୍ଥାନମାନଙ୍କରେ ଗୁଡଦ୍ୱାରା ପ୍ରସ୍ତୁତ ପୋଚ ଓ ଦେଶୀମଦକୁ ଗଚ୍ଛିତ କରି ରଖିଥିଲେ। ଅବକାରୀ ଅଧିକାରୀମାନେ ୨୧ହଜାର ୧୦୫ଲିଟର ପୋଚ ଓ ୧୯୯୫ଲିଟର ଚୋରା ଦେଶୀମଦକୁ ନଷ୍ଟ କରିଥିଲେ। ପୋଚ ଓ ଦେଶୀମଦ ନଷ୍ଟ କରିବା ସମୟରେ ଝରଣାପାଣି ପୋଚ ଓ ଦେଶୀମଦ ଗନ୍ଧମୟ ହୋଇପଡିଥିଲା। ଏହି ଚଢାଉରେ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ଅବକାରୀ ଭ୍ରାମ୍ୟମାଣ ନିରୀକ୍ଷକ ସଂଜୀତ କୁମାର ବାର୍ଲା, ଉପନିରୀକ୍ଷକ ଅଜିତ କୁମାର ପାତ୍ର, ସୌମ୍ୟରଞ୍ଜନ ମାଝି, ନିରାକାର ଦେହୁରୀ, ଅର୍ପିତା ସାହୁ, ଦୁଃଖିଶ୍ୟାମ ଗୁଡୁ ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories