www.samajalive.in
Saturday, December 13, 2025
26.1 C
Bhubaneswar

‘ଶିଖ୍ ଏବଂ ମୋଦୀ – ୯ ବର୍ଷର ଯାତ୍ରା’ ଉନ୍ମୋଚିତ

ଡେସ୍କ: ବିଜେପି ସଭାପତି ଜେ ପି ନଡ୍ଡା ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଆଉଟଲୁକ୍ ଗ୍ରୁପ୍‌ର କଫି ଟେବୁଲ୍ ବୁକ୍ ‘ଶିଖ୍ ଏବଂ ମୋଦୀ – ୯ ବର୍ଷର ଯାତ୍ରା’ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡା କହିଛନ୍ତି ଯେ ଶିଖ ଗୁରୁଙ୍କ ବାଣୀ, ସମାଜରେ ଏକତା, ଦେଶପ୍ରେମ ଏବଂ ଧର୍ମ ପ୍ରତି ଉତ୍ସର୍ଗୀକୃତ ହେବା ବିଷୟରେ ସହାୟକ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାଧୀନତା ଦିବସରେ ସମସ୍ତ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଦୁର୍ଗରୁ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଲାଲକିଲ୍ଲାରେ ଗୁରୁ ତେଗ ବାହାଦୂର ସିଂଙ୍କ ୪୦୦ତମ ଜନ୍ମ ବାର୍ଷିକୀ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।। ସେ ଆହୁରି ମଧ୍ୟ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଶ୍ରୀ ହରମନ୍ଦିର ସାହିବଙ୍କୁ ବୈଦେଶିକ ଅନୁଦାନ ନିୟମାବଳୀ ଅଧୀନରେ ପଞ୍ଜିକରଣ ପ୍ରଦାନ କରିଛନ୍ତି ଏବଂ ଏବେ ବିଶ୍ୱର ଯେକୌଣସି ସ୍ଥାନରୁ ଶିଖମାନେ ଏହି ମନ୍ଦିରକୁ ଦାନ କରିପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories