କଟକ. ମହାନଦୀ ବକ୍ଷକୁ ଏକ ଯାତ୍ରୀବାହୀ ବସ୍ ଖସିପଡିଥିବା ସୂଚନା ମିଳିଛି । ମହାନଦୀ ପୋଲ ଉପରୁ ଏହି ବସ ଖସି ପଡିଛି । ମଇଁଷିକୁ ଧକ୍କା ଦେଇ ବସଟି ଦୁର୍ଘଟଣା ଦେଇଥିବା ସୂଚନା ମିଳିଛି। କଟକ ଜଗତପୁରରୁ ଶିଖରପୁର ଆସୁଥିବା ସମୟରେ ବସଟି ପୋଲ ତଳକୁ ଖସିପଡିଥିଲା। ମିଳିଥିବା ସୂଚନା ଅନୁସାରେ ୩୦ ଫୁଟ ତଳକୁ ବସଟି ଖସିପଡିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍ଟିର ନାମ ‘ଜଗନ୍ନାଥ’।
ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସଟି ତାଳଚେରରୁ କଟକ ଆସୁଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।



