www.samajalive.in
Sunday, December 14, 2025
14.1 C
Bhubaneswar

ଏବେ ଦେଶରେ ଟମାଟୋ ଦର ୧୪ ଟଙ୍କାକୁ ଖସିଲା – କିଛି ଦିନ ମଧ୍ୟରେ ଦର ୯୫ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ – ଗତ କିଛି ସପ୍ତାହ ତଳେ ଟମାଟୋ କିଲୋପ୍ରତି ୨୦୦ ଟଙ୍କା ପହଞ୍ଚିଥିଲା। ଅନେକ ରେଷ୍ଟୁରାଣ୍ଟ ମେନୁରୁ ବି ଟମାଟୋକୁ ବାଦ ଦିଆଯାଇଥିଲା । ଏବେ ଟମାଟୋ ଦର ୧୪ ଟଙ୍କାରେ ପହଞ୍ଚିଛି । ମାତ୍ର କିଛି ଦିନ ମଧ୍ୟରେ ଦର ୯୫ ପ୍ରତିଶତ ହ୍ରାସ ପାଇଛି ।

ଟମାଟୋ ଦର ପ୍ରାୟ ୪୦୦ ପ୍ରତିଶତ ବୃଦ୍ଧି ପାଇଥିଲା । ଏବେ କେତକ ସ୍ଥାନରେ ୨୦ ଟଙ୍କା ଏବଂ ଅଧିକ ଉତ୍ପାଦନ ହେଉଥିବା ରାଜ୍ୟମାନଙ୍କରେ ୧୪ ଟଙ୍କାରେ ଏକ କିଲୋ ଟମାଟୋ ମିଳୁଛି । ସାରା ଭାରତରେ ଏବେ ଟମାଟୋ କିଲୋପ୍ରତି ୧୦ରୁ ୩୦ ଟଙ୍କା ମଧ୍ୟରେ ରହିଛି ।

- Advertisement -

କେନ୍ଦ୍ର ସରକାରଙ୍କ ଇ-ନାମ୍‌ ପୋର୍ଟାଲ ଅନୁସାରେ ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶର ମନ୍ଦାନାପଲ୍ଲୀ ମଣ୍ଡିରେ ଟମାଟୋ କିଲୋପ୍ରତି ୧୪ ଟଙ୍କା ଥିଲା । ଉତ୍ତରପ୍ରଦେଶରେ ୨୮ ଟଙ୍କା , ରାଜସ୍ଥାନରେ ୨୫ ଟଙ୍କା, ଓଡ଼ିଶାରେ ୨୦ରୁ ୪୦ ଟଙ୍କା ହିମାଚଳପ୍ରଦେଶରେ ୧୩ରୁ ୪୦ ଟଙ୍କା ପ୍ରତିକିଲୋ ଟମାଟୋ ମିଳୁଥିବା ଏଥିରେ ଉଲ୍ଲେଖ କରାଯାଇଛି ।

ଏବେ ଅଧିକ ଟମାଟୋ ଉତ୍ପାଦନ ହେଉଥିବାରୁ ଟମାଟୋ ଦର ହ୍ରାସ ପାଇଥିବା ଜଣା ପଡିଛି ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories