ସମ୍ବଲପୁର : ସେବା ସାମାଜିକ ସଙ୍ଗଠନ ଓ ଏକତା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣର ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟ ହୀରାକୁଦ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାର ପ୍ରଚଳନ କରୁଥିବା ସମସ୍ତ ମହିଳା ସଶକ୍ତିକରଣ ଯୋଜନା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥି ସହ ଯୋଜନାରେ ରହିଥିବା ତ୍ରୁଟି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ଏହାର ବିକଳ୍ପ ପନ୍ଥା ଉପରେ ମଧ୍ୟ ବିଚାରବିମର୍ଶ କରାଯାଇଥିଲା। କାର୍ଯ୍ୟକ୍ରମରେ ସେବାର ସଭାପତି ଦୀପକ ପାଣ୍ଡେ, ସମ୍ପାଦକ ସଲିଲା ପଣ୍ଡା, ମଞ୍ଜୁଲତା ପଣ୍ଡା, ସରୋଜିନୀ ବଞ୍ଚ, ମଞ୍ଜୁଲତା ଓରାମ ଉପସ୍ଥିତ ଥିବା ବେଳେ ଏକତା ଟ୍ରଷ୍ଟ ଅଧ୍ୟକ୍ଷ ଦିପ୍ତୀରେଖା ପଟ୍ଟନାୟକ, ମୁଖ୍ୟ ଟ୍ରଷ୍ଟି ରବି ମହାରଣା, ସଦସ୍ୟ ତୁଳସୀ ବିଶୋଇ, ରଜନୀବାଳା ଦାସ, ଦିବ୍ୟ ଭାରତୀ ଜେନା, ରଶ୍ମିତା ପଣ୍ଡା ଓ ବବିତା ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆଗାମୀ ଦିନରେ ପ୍ରଶିକ୍ଷଣ ଖସଡା ପ୍ରସ୍ତୁତ କରାଯାଇଥିଲା।
Popular Categories



