ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଲୁକ ଆଇନସେବା କମିଟି ପକ୍ଷରୁ ରବିବାର ସୁବଳୟା କଲ୍ୟାଣ ମଣ୍ଡପ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଆଇନ ସାଙ୍ଗକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା। କମିଟିର ଅଧ୍ୟକ୍ଷା ତଥା ବରିଷ୍ଠ ଦେୱାନୀ ବିଚାରପତି ସରୋଜିନୀ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ସ୍ଥାନୀୟ ଏସଡିଜେଏମ ରାଜେଶ୍ୱରୀ ପଟ୍ଟନାୟକ, ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସମିତ୍ ମହାକୁର, ଡିପିସି ମଞ୍ଜୁଶ୍ରୀ ଭୂୟାଁ, ଓଡ଼ିଶା ଜୀବିକା ମିଶନର କର୍ମଚାରୀ ମନୋଜ ବାଘ ପ୍ରମୁଖ ଏଥିରେ ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରମୋଦ ମହାପାତ୍ର, ବରିଷ୍ଠ ନାଗରିକ ସଙ୍ଘର ସଭାପତି ନାରାୟଣ ମିଶ୍ର, ହରିହର ସାହୁଙ୍କ ସମେତ ଶିବିରରେ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଆଇନଜିବୀ ସନ୍ତୋଷ ଚାନ୍ଦ ସଭା ପରିଚାଳନା କରିଥିବାବେଳେ ବରିଷ୍ଠ ଆଇନଜିବୀ ତଥା ସାମ୍ବାଦିକ ନନ୍ଦକିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Popular Categories



