www.samajalive.in
Saturday, December 13, 2025
21.1 C
Bhubaneswar

ଦିଲ୍ଲୀରେ କରାଯିବ କୃତ୍ରିମ ବର୍ଷା

ନୂଆଦିଲ୍ଲୀ: ଭୟଙ୍କର ପ୍ରଦୂଷଣରେ ଅତିଷ୍ଠ ଦିଲ୍ଳୀବାସୀଙ୍କ ପାଇଁ ଏକ ଖୁସି ଖବର। ଯଦି ପ୍ରଦୂଷଣର ମାତ୍ରା ହ୍ରାସ ନ ପାଏ ତେବେ ଖୁବ୍‍ ଶୀଘ୍ର କୃତ୍ରିମ ବର୍ଷା ପାଇଁ ପ୍ର୍ରକ୍ରିୟା ଆରମ୍ଭ ହେବ ବୋଲି ସରକାରୀ ଭାବେ କୁହାଯାଇଛି।
କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ ଭାରତ ପରି ବିକାଶଶୀଳ ଦେଶ ପାଇଁ ବାୟୁ ପ୍ରଦୂଷଣ ଏକ ଗୁରୁତର ସଙ୍କଟ। ଯଦି ପରିସ୍ଥିତିରେ ଶୀଘ୍ର ସୁଧାର ନ ଆସେ ତେବେ କୃତ୍ରିମ ବର୍ଷା କରାଯିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପରିବେଶବିତ ଓ ବୈଜ୍ଞାନିକମାନେ ଦିନ ରାତି ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯିବ। ମଙ୍ଗଳବାରଦିନ ଦିଲ୍ଲୀ ସହର କୁହୁଡ଼ି ଓ ଧୂଳିକଣାର ଏକ ଚଦରରେ ଘୋଡ଼ାଇ ହେବା ପରି ଦେଖାଯାଉଥିଲା। ମଙ୍ଗଳବାର ଅପରାହ୍ଣରେ ଦିଲ୍ଲୀ ବାୟୁ ମାନଙ୍କ ସୂଚକାଙ୍କ ୩୫୨ରେ ପହଞ୍ଚିଥିଲା।
ଏଥିପୂର୍ବରୁ ମଧ୍ୟ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଁ କୃତ୍ରିମ ବର୍ଷା ବିଷୟରେ ଚିନ୍ତା କରାଯାଇଥିଲା। ୨୦୧୬ରେ କୃତ୍ରିମ ବର୍ଷା ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ସେହିପରି ବାୟୁ ପ୍ରଦୂଷଣର ପ୍ରଭାବ କମ୍‍ କରିବା ପାଇଁ ଗତ ବର୍ଷ ହେଲିକପ୍ଟରରୁ ପାଣି ସିଞ୍ଚନ କରିବା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଉକ୍ତ ପ୍ରସ୍ତାବ କାଟ୍‍ ଖାଇଯାଇଥିଲା। ଚଳିତ ବର୍ଷ ଦିଲ୍ଲୀ ପ୍ରଦୂଷଣ ଉଦ୍‍ବେଗଜନକ ସ୍ତରରେ ପହଞ୍ଚିଥିବାରୁ କୃତ୍ରିମ ବର୍ଷା ଯୋଜନା କାର୍ଯ୍ୟକାରୀ ହୋଇପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକ ମାନେ କୃତ୍ରିମ ବର୍ଷା ପାଇଁ ସିଲ୍‍ଭର ଆୟୋଡାଇଡ୍‍, ବରଫ ଖଣ୍ଡ ଓ ଖାଇବା ଲୁଣକୁ ବ୍ୟବହାର କରିଥାନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories