www.samajalive.in
Thursday, December 11, 2025
13.1 C
Bhubaneswar

ମହାବିଦ୍ୟାଳୟ ପାଇଁ ଚିହ୍ନଟ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲନ୍ଦାପଡା ଠାରେ ନୂତନ ଭାବରେ ଖୋଲା ଯାଇଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟ ପାଇଁ ଚିହ୍ନଟ କରାଯାଇଥିବା ଜମି ସହ ଭିତିଭୂମିର ସ୍ଥିତି ଅନୁଧ୍ୟାନ କରିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ତେବେ ଚଳିତ ଶିକ୍ଷା ବର୍ଷରେ ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ରାଜ୍ୟ ସରକାର ଏହି ବାଲନ୍ଦାପଡା ଠାରେ ଏକ ଯୁକ୍ତ ଦୁଇ ମହାବିଦ୍ୟାଳୟ ଖୋଲିଥିବା ବେଳେ ବର୍ତମାନ ଏହି ମହାବିଦ୍ୟାଳୟଟି ବାଳନ୍ଦାପଡା ଉଚ୍ଚବିଦ୍ୟାଳୟରେ ଚାଲିଛି। ଚଳିତ ବର୍ଷ ଯୁକ୍ତ ଦୁଇରେ ଅଂଚଳର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ତେବେ ଏହି ଉଚ୍ଚ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ପାଠ ପଢା ପାଇଁ କୋଠରୀ ଅଭାବ ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ନେଇ ଫୁଲବାଣୀ ବିଧାୟକଙ୍କ ସହ ଅଞ୍ଚଳବାସୀ ମହାବିଦ୍ୟାଳୟ ପାଇଁ ଜମି ଯୋଗାଇ ଦେବା ନେଇ ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସରକାର ଏହି ବାଲନ୍ଦାପଡା ମହାବିଦ୍ୟାଳୟ ପାଇଁ ଜମି ଯୋଗାଇ ଦେବା ସହ ମହାବିଦ୍ୟାଳୟ ନିର୍ମାଣ ପାଇଁ କୋଟିଏରୁ ଅଧିକ ଅର୍ଥ ଅନୁମୋଦନ କରିଥିବା ବିଧାୟକ ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories