www.samajalive.in
Thursday, December 11, 2025
16.1 C
Bhubaneswar

୫-ଟି ସଚିବଙ୍କ ଗଜପତି ଗସ୍ତ ; ବିଜୁ ଏକ୍ସପ୍ରେସ୍‌‌ ୱେ’ର ଅଗ୍ରଗତି ନେଇ ସମୀକ୍ଷା

ଡେସ୍କ : ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌‌ ଗଜପତି ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି ସମୟରେ ସେ ବିଜୁ ଏକ୍ସପ୍ରେସ୍‌‌ ୱେ’ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସେ ଛେଳିଗଡ଼ ଜଳସେଚନ ପ୍ରକଳ୍ପ, କୃଷ୍ଣସାଗର, ରାମସାଗର ଏବଂ ଗଜପତି ସାଗର ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ୧୧ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ମହାବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ତଦାରଖ କରିବା ସହ ଜନ ଅଭିଯୋଗ ଶୁଣାଣି କରିଛନ୍ତି । ମୋଟ ୭ ଶହ ଅଣାନବେଟି ଜନ ଅଭିଯୋଗ ମଧ୍ୟରୁ ୭୨୫ଟିର ଇତିମଧ୍ୟରେ ଶୁଣାଣି ହୋଇସାରିଥିବାବେଳେ ଅବଶିଷ୍ଟ ୬୪ଟି ଅଭିଯୋଗର ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ଶ୍ରୀ ପାଣ୍ଡିଆନ୍‌‌ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।
ପରେ ଶ୍ରୀ ପାଣ୍ଡିଆନ ଆଜି ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ଯୋଜନାଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories