www.samajalive.in
Monday, December 8, 2025
24.1 C
Bhubaneswar

ଏମିତି ମିଳିବ ଶନିଦେବଙ୍କ ବିଶେଷ କୃପା..

ଶନିବାର ଦିନ ବିଶେଷ କରି ପ୍ରଭୁ ଶନିଦେବଙ୍କୁ ସମର୍ପିତ। ଏହି ଦିନ ପ୍ରଭୁଙ୍କ ପୂଜା-ଉପାସନା କରାଯାଏ। ଶନିଦେବଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ରର ଅନୁଯାୟୀ, ଶନିଦେବ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି। ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ..
ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କୁକୁରଙ୍କୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ। କଳା କୁକୁରକୁ ଖାଇବାକୁ ଦେଲେ ଖୁବ ଭଲ। ନଚେତ୍‌‌ ଅନ୍ୟ ରଙ୍ଗର କୁକୁରକୁ ମଧ୍ୟ ଖାଇବାକୁ ଦେଇ ପାରିବେ। ଏହା ଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହ ବିଶେଷ କୃପା ମିଳିବ।
ଶନିଦେବଙ୍କୁ କର୍ମଫଳ ଦାତା କୁହାଯାଏ। ତେଣୁ ଶନିବାର ଦିନ କୌଣସି ଭୁଲ କାମ ଆଦୌ କରନ୍ତୁ ନାହିଁ। ଏହି ଦିନ ଅସହାୟଙ୍କୁ ନିଶ୍ଚୟ ଭୋଜନ ଦାନ କରାନ୍ତୁ। ଔଷଧ ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମମ୍ରୀ ମଧ୍ୟ ଦାନ କରି ପାରିବେ।
କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ପାଇଁ ଶନିବାର ଦିନ ସ୍ନାନ ପରେ ଅଶ୍ୱତ୍ଥ ବୃକ୍ଷ ମୂଳରେ କଳା ରାଶି ମିଶ୍ରିତ ଜଳ ଅର୍ପଣ କରନ୍ତୁ। ଏହାସହ ଶୁଦ୍ଧ ଘିଅର ଦୀପ ଲଗାଇ ସୁଖ,ସମୃଦ୍ଧି କାମନା କରନ୍ତୁ। ଶନିଦେବଙ୍କ ମନ୍ତ୍ରର ଜପ କରନ୍ତୁ।
ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହେଉଥିଲେ,ଶନିବାର ଦିନ ବିଧିପୂର୍ବକ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ। ଘରେ ସୁନ୍ଦରାକାଣ୍ଡ ମଧ୍ୟ ପାଠ କରାଇ ପାରିବେ। ଶନିବାର ଦିନ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories