www.samajalive.in
Saturday, December 13, 2025
26.1 C
Bhubaneswar

୨୮ରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ଯୋଗାଣ ସହାୟକ

କେନ୍ଦୁଝରଗଡ଼: ପ୍ରତି ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ୬ଦଫା ଦାବି ଉପସ୍ଥାପନ କରିଆସୁଛନ୍ତି। ଯୋଗାଣ ସହାୟକଙ୍କ ଦାବି ପୂରଣ ନେଇ ସରକାରୀସ୍ତରରେ ଆନ୍ତରିକତା ପ୍ରକାଶ ପାଉନଥିବାରୁ ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ଆହ୍ୱାନକ୍ରମେ ଆସନ୍ତା ୨୮ ତାରିଖ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଇଛି। ଏହି ସମାବେଶକୁ ସଫଳ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକ ବସନ୍ତ କୁମାର ମହାନ୍ତ, ସୁବ୍ରତ କୁମାର ଦାସ, ତନ୍ମୟ କୁମାର ସାହୁ, ଦିଲ୍ଲୀପ କୁମାର ନାଏକ, ଅନୀଲ କୁମାର ରାଉତ, ଜଗଦୀଶ ମହାନ୍ତ, ସଞ୍ଜୟ କୁମାର ମହାନ୍ତ, ଦିପ୍ତୀମୟୀ ନାଏକ, ଯୋଗେଶ୍ୱର ମହାନ୍ତ ପ୍ରମୁଖ ବିଡିଓଙ୍କୁ ଭେଟି ୨୮ ତାରିଖରୁ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ଲିଖିତ ଭାବେ ଆବେଦନ କରିଥିବା ଜଣାପଡ଼ିଛି।

ଏକପକ୍ଷରେ ୨ଦଫା ଦାବିରେ ଚଳିତମାସ ୧୮ ତାରିଖରୁ ରାଜ୍ୟବ୍ୟାପୀ ପିଇଓଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ସଦର ବ୍ଲକ ବାଉରିପଦା ଜିଆରଏସ୍‌‌ଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ଚଳିତମାସ ୨୧ତାରିଖରୁ ଜିଆରଏସ୍‌‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଏବେ ୨୮ରୁ ଯୋଗାଣ ସହାୟକ ସମୂହଛୁଟିରେ ରହିବା ବ୍ଲକ ଓ ପଞ୍ଚାୟତସ୍ତରରେ ଉନ୍ନୟନମୂଳକ କାର୍ଯ୍ୟ କିଭଳି ହେବ ସେନେଇ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories