www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରକୃତିର ତାଣ୍ଡବ ; ତାସ୍‌‌ ଘର ଭଳି ଭୁଶୁଡୁଛି ବହୁତଳ କୋଠା

ଶିମଲା : ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଦେଖାଦେଇଛି। ପ୍ରଦେଶରେ ୩୬ ଘଣ୍ଟାରେ ଲଗାତାର ବର୍ଷା ହେଉଛି। ପ୍ରବଳ ବର୍ଷା ଧନଜୀବନ କ୍ଷତିର କାରଣ ପାଲଟିଛି। ୨ଟି ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ କାରଣରୁ ଘର ଗୁଡିକ ତାସ ଘର ଭଳି ଭାଙ୍ଗି ପଡୁଥିବା ଦେଖାଯାଉଛି। ଭୂସ୍ଖଳନ ଯୋଗୁ ଅନେକ ହାଇୱେ ବନ୍ଦ ରହିଛି। ଏହାମଧ୍ୟରେ କୁଲ୍ଲୁରେ ଏକ ଛାତିଥରା ଦୃଶ୍ୟ ଦେଖାଯାଇଛି।


କୁଲ୍ଲୁରେ ଲଗାତାର ହେଉଥିବା ବର୍ଷାରେ ପରିସ୍ଥିତି ବିଗିଡିଯାଇଛି। ଶିମଲାର କୃଷ୍ଣା ନଗର ଅଞ୍ଚଳରେ ବଡ ବଡ ଅଟ୍ଟାଳିକା ଭୁଶୁଡି ପଡିଥିବା ଦେଖାଯାଇଛି। ଏହାକୁ ନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି କୁଲ୍ଲୁରେ ସକାଳେ ୪ ରୁ ଅଧିକ ଘର ତାସ ଘର ଭଳି ଭୁଶୁଡି ପଡିଛି। ଆନି ବସ୍‌‌ଷ୍ଟାଣ୍ଡ ନିକଟରେ ୭ଟି କୋଠା ଭୁଶୁଡି ପଡିଛି। ହିମାଚଳପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି।

- Advertisement -

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories