କୋରାପୁଟ/ବୋରିଗୁମ୍ମା: ଗୁରୁବାର ସକାଳୁ ହାଇଦ୍ରାବାଦ ଠାରୁ ସିନାପାଲି ଯାଉଥିବା ଗୁପ୍ତା ବସରେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ଅଳ୍ପକେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ, ବସ୍ଟି ବୋରିଗୁମ୍ମା ବସଷ୍ଟାଣ୍ଡରେ ଠିଆ ହେଇଥିବା ସମୟରେ ଟାୟାର ଫାଟି ହଠାତ୍ ନିଆଁ ଲାଗି ଯାଇଥିଲା । ବସ୍ରେ ନିଆଁ ଲାଗିବା ଫଳରେ ସମସ୍ତ ଯାତ୍ରୀ ସଙ୍ଗେ ସଙ୍ଗେ ଓହ୍ଲାଇ ପଡ଼ିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
Popular Categories



