www.samajalive.in
Saturday, December 13, 2025
26.1 C
Bhubaneswar

ଇତିହାସ ରଚିବା ଦିଗରେ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଜି ଏକ ଅଭୂତପୂର୍ବ ସଫଳତା ହାସଲ କରିବା ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେେ ଚନ୍ଦ୍ରଯାନ-୩ ସୂକ୍ଷ୍ମ ଅବତରଣ କରି ଇତିହାସ ରଚିବା ଦିଗରେ ଅଗ୍ରସର ହେଉଛି । ଭାରତର ଚନ୍ଦ୍ରଯାନ-୩ ଅଭିଯାନକୁ ସାରା ପୃଥିବୀ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଭାରତୀୟ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଶ୍ରେଷ୍ଠ ନିଦର୍ଶନ ସ୍ୱରୂପ ଭାରତର ଏହି ଅଭିଯାନ ଦେଶ ପାଇଁ ଗୌରବ ଆଣିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ପକ୍ଷରୁ ମିଳିଥିବା ସଦ୍ୟ ସୂଚନା
ଅନୁସାରେ ଚନ୍ଦ୍ରପୃଷ୍ଠରେ ଅବତରଣ ଅଭିଯାନ ଠିକ୍‌‌ ପଥରେ ଗତି କରୁଛି ଏବଂ ଆଜି ଭାରତୀୟ ସମୟ ସନ୍ଧ୍ୟା ୬ଟା ୪ ମିନିଟ୍‌‌ରେ ଅବତରଣ କରିବାର ସମ୍ଭାବନା ରହିଛି । ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଜାରି ରହିଛି ଏବଂ ସୂକ୍ଷ୍ମ ଅବତରଣ ପାଇଁ ସମସ୍ତ ଦିଗ ଅନୁକୂଳ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।
ଇସ୍ରୋ ବୈଜ୍ଞାନିକମାନଙ୍କର ସୂଚନା ଅନୁସାରେ ଚନ୍ଦ୍ରଯାନ-୩ର ଅବତରଣ ପୂର୍ବରୁ ଲ୍ୟାଣ୍ଡର ‘ବିକ୍ରମ’ ର ସମସ୍ତ ସେନ୍‌‌ସର୍‌‌କୁ ସକ୍ରିୟ କରାଯିବ । ଚନ୍ଦ୍ରଯାନ-୩ ଯଦି ଆଜି ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବାରେ ସକ୍ଷମ ହୁଏ, ତା’ହେଲେ ଭାରତ ଏ କ୍ଷେତ୍ରରେ ବିଶ୍ୱରେ ସର୍ବପ୍ରଥମ ରାଷ୍ଟ୍ର ଭାବେ ବିବେଚିତ ହେବ । ପୂର୍ବରୁ ଆମେରିକା, ରୁଷ ଓ ଚୀନ୍‌‌ ସଫଳତାର ସହିତ ଚନ୍ଦ୍ରଯାନ ପଠାଇଥିଲେ ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ଆଜି ପର୍ଯ୍ୟନ୍ତ କୌଣସି ଦେଶ ସେମାନଙ୍କର ଯାନକୁ ଅବତରଣ କରିପାରି ନାହାନ୍ତି ।

ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚନ୍ଦ୍ରଯାନ-୩ର ଚନ୍ଦ୍ରାବତରଣ କାର୍ଯ୍ୟକ୍ରମକୁ ଜୋହାନ୍ସବର୍ଗରୁ ଆଭାସୀ ମାଧ୍ୟମରେ ଅବଲୋକନ କରିବେ ।
ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ପରବର୍ତ୍ତୀ ଅଭିଯାନ,ଯେଉଁଥିରେ ସୁରକ୍ଷିତ ଅବତରଣ ଏବଂ ଯେକୌଣସି ପରିସ୍ଥିତିରେ
ଚନ୍ଦ୍ରପୃଷ୍ଠରେ ଗତିକରିବାର କ୍ଷମତା ରହିଛି। ଚନ୍ଦ୍ରଯାନ-୩ରେ ଥିବା ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜଳ, ଜୀବସତ୍ତା, ବାୟୁମଣ୍ଡଳ ଓ
ଖଣିଜପଦାର୍ଥ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ। ‘ବିକ୍ରମ୍‌‌’ ଓ ରୋଭର ‘ପ୍ରଜ୍ଞାନ’ ନିରାପଦ ଓ ସୁରକ୍ଷିତ ଅଛନ୍ତି ବୋଲି ନିଶ୍ଚିତ ହେଲାପରେ ଏହାଦ୍ୱାରା ଇସ୍ରୋ ଚନ୍ଦ୍ରର ମାଟି ଏବଂ ପ୍ଲାଜମା ପରିବେଶ ଅଧ୍ୟୟନ ପାଇଁ ବିଭିନ୍ନ ପରୀକ୍ଷା ଆରମ୍ଭ କରିବ। ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଦ୍ୱିତୀୟ ଲଞ୍ଚପ୍ୟାଡ୍‌‌ରୁ ଚନ୍ଦ୍ରଯାନ-୩ ଉତ୍‌‌କ୍ଷେପଣ କରାଯାଇଥିଲା। ଚଳିତମାସ ୧ ତାରିଖରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୫ ତାରିଖରେ ଏହା ସଫଳଭାବେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ପରବର୍ତ୍ତୀ ସମୟରେ ଚନ୍ଦ୍ରଯାନ-୩କୁ
ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରର ନିକଟତର କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories