www.samajalive.in
Saturday, December 6, 2025
26.1 C
Bhubaneswar

ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ ନାଁରେ ଠକେଇ; ୫ ଗିରଫ

ସମ୍ବଲପୁର: ସମ୍ବଲପୁର ଉନ୍ନୟନ ପ୍ରାଧିକରଣ(ଏସଡିଏ)ରେ ଲୋକଙ୍କ ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌(ଗୃହ ନିର୍ମାଣ ଅନୁମତି) କରିବା ପାଇଁ ଚଞ୍ଚକତା କରି ବଡ ଧରଣର ଠକେଇ ଘଟଣାର ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୁଲିସ। ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ସମ୍ବଲପୁର କ୍ଷେତରାଜପୁର ଥାନାରେ ଏସଡିଏ ପକ୍ଷରୁ ଜାଲ ଦସ୍ତାବିଜ୍ ଦେଇ ନକଲି ପ୍ଲାନ ପାସ୍ କରାଯାଇଥିବା ନେଇ ୨ ଗୋଟି ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ଏହି ଘଟଣାରେ ଏସଡିଏର ଜଣେ କର୍ମଚାରୀଙ୍କ ସମେତ ୫ ଜଣକୁ ଗିରଫ କରିଛି। ଘଟଣାରେ ପୁଲିସ ୨୦୨୦ ରୁ ୨୦୨୩ ମଧ୍ୟରେ ମୋଟ ୫୪ଟି ଅଭିଯୋଗ ପୁଲିସ ପାଖରେ ଯାଞ୍ଚ ବେଳେ ହସ୍ତଗତ ହୋଇଥିବା ସମ୍ବଲପୁର ଏସପି କହିଛନ୍ତି । ଏହାସହ ପୁଲିସ ଅଭିଯୁକ୍ତଙ୍କଠାରୁ ଏସଡିଏ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନକଲି ଷ୍ଟାମ, ୨ଟି କାର, ଗୋଟିଏ ବାଇକ୍, ୫ଟି ମୋବାଇଲ, ଗୋଟିଏ କମ୍ପ୍ୟୁଟର ସେଟ୍, ଏକ ଲାପଟପକୁ ଜବତ କରିବା ସହ ୩ କୋଟି ୩୧ଲକ୍ଷ ୯୭୨୨୭ ଟଙ୍କା ଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ସିଜ୍ କରିଛି । ତେବେ ଗିରଫ ଅଭିଯୁକ୍ତମାନେ ଲୋକଙ୍କଠାରୁ ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ କରିବା ପାଇଁ ଦେଢ଼ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଥିବା ବେଳେ ଜଣକଠାରୁ ୨୧ ଲକ୍ଷ ଟଙ୍କା ମଧ୍ୟ ନେଇଥିବା ସମ୍ବଲପୁର ଏସ୍‌ପି କହିଛନ୍ତି । ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀ ନାରାୟଣ ସାମଲ, ଅଜୟ ବେହେରା, ବିକାଶ ଜଗତ, ଡମ୍ବରୁଧର ତ୍ରିପାଠୀ, ସୁଧାଂଶୁ କିଶୋର ପତି । ଏହି ଘଟଣାରେ ଆହୁରି ବହୁତ ଲୋକ ଏହି ଠକମାନଙ୍କ ଶିକାର ହୋଇଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ଏପରି ଲୋକଙ୍କଠାରୁ ସଚେତନ ରହିଵା ସହ କାହାର କିଛି ଅଭିଯୋଗ ଥିଲେ ପୁଲିସକୁ ଜଣାଇବାକୁ ଏସପି ଲୋକଙ୍କୁ ନିବେଦନ କରିଛନ୍ତି ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories