www.samajalive.in
Saturday, December 13, 2025
26.1 C
Bhubaneswar

‘ମେଗା ୧୫୭’: ଚିରଞ୍ଜୀବୀଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ମିଳିଲା ବଡ଼ ଉପହାର

ମୁମ୍ବଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଚିରଞ୍ଜୀବୀ ମଙ୍ଗଳବାର ନିଜର ଜନ୍ମଦିନ ପାଳନ କରୁଛନ୍ତି। ନିଜ କ୍ୟାରିୟରରେ ସେ ଏକରୁ ବଳି ଏକ ଉତ୍କୃଷ୍ଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ଏହି ଅଭିନେତାଙ୍କର କେବଳ ଦକ୍ଷିଣରେ ନୁହେଁ ଉତ୍ତରରେ ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ତାଙ୍କର ପ୍ରତ୍ୟେକ ଚରିତ୍ରକୁ ଲୋକେ ଖୁବ୍‌ ପସନ୍ଦ କରିଥା’ନ୍ତି। ତେବେ ଅଭିନେତାଙ୍କ ଜନ୍ମଦିନର ଖାସ୍‌ ଅବସରରେ ତାଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଖୁସିଖବର। ୟୁଭି କ୍ରିଏସନ୍ସ ପକ୍ଷରୁ ଚିରଞ୍ଜୀବୀଙ୍କ ଆଗାମୀ ଚଳଚ୍ଚିତ୍ରର ଘୋଷଣା କରାଯାଇଛି। ଏହି ଫିଲ୍ମର ନାଁ ରହିଛି ‘ମେଗା ୧୫୭’। ଚିରଞ୍ଜୀବୀ ନିଜ ଆଗାମୀ ଚଳଚ୍ଚିତ୍ର ସହ ପ୍ରସ୍ତୁତ ଅଛନ୍ତି ଏବଂ ସାମାଜିକ ଗଣମାଧ୍ୟମରେ ଏହାର ଘୋଷଣା ମଧ୍ୟ ହୋଇଯାଇଛି। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଅଭିନେତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କ ନୂଆ ଫିଲ୍ମର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି।


ସୂଚନାଯୋଗ୍ୟ, ୟୁଭି କ୍ରିଏସନ୍ସ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ପ୍ରଥମ ପୋଷ୍ଟର ସହିତ ଟ୍ୱିଟରରେ ଏହି ଖବର ଶେୟାର କରାଯାଇଛି। ଏଥିରେ ଲେଖାହୋଇଛି ଯେ, ଏଥର ଏହା ବ୍ରହ୍ମାଣ୍ଡର ବାହାରେ। ମେଗାଷ୍ଟାରଙ୍କ ପାଇଁ ସମସ୍ତ ପଞ୍ଚ ତତ୍ତ୍ବ ଏକାଠି ହେବେ। ଏହାପରେ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି। ୟୁଭି କ୍ରିଏସନ୍ସ ବ୍ୟାନରରେ ଏବଂ ଭି ଭାମସୀ କୃଷ୍ଣ ରେଡ୍ଡୀ, ପ୍ରମୋଦ ଉପ୍ପଲପତି ଓ ବିକ୍ରମ ରେଡ୍ଡୀଙ୍କ ଦ୍ୱାରା ଏହି ଚଳଚ୍ଚିତ୍ରକୁ ବଡ଼ ଆକାରରେ ନିର୍ମାଣ କରାଯାଉଛି। ‘ମେଗା ୧୫୭’ ଚିରଞ୍ଜୀବୀଙ୍କ କ୍ୟାରିୟରର ସବୁଠୁ ମହଙ୍ଗା ଫିଲ୍ମ ହେବାକୁ ଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories