www.samajalive.in
Thursday, December 11, 2025
13.1 C
Bhubaneswar

ଅମୃତସରରେ ଏନଆଇଏ ଟିମ୍‍ର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ : ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)ର ଏକ ତିନି ଜଣିଆ ଦଳ ବିସ୍ଫୋରକ ବିଶେଷଜ୍ଞମାନଙ୍କ ସହିତ ଅମୃତସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ବିଶେଷଜ୍ଞ ଦଳ ଗତକାଲି ରାତିରେ ବିସ୍ଫୋରଣ ଘଟିଥିବା ସ୍ଥାନରେ ପହଞ୍ଚିଥଲେ। ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଓ ଗୁଇନ୍ଦା ବିଭାଗ ଡିଜିପିଙ୍କ ସହ ଏକ ବୈଠକରେ ତଦନ୍ତର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଛନ୍ତି।
ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ରାଜସାନସି ଗ୍ରେନେଡ୍‍ ବିସ୍ଫୋରଣ ଘଟଣା ନେଇ ଆଲୋଚନା ହୋଇଥିବା ଜଣାପଡିଛି।
ଅନ୍ୟ ପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟପଟେନ ଅମରିନ୍ଦର ସିଂହ ରାଜସାଂସୀ ଗ୍ରେନେଡ୍‍ ବିସ୍ଫୋରଣ ଘଟଣାର ସନ୍ଦିଗ୍ଧ ଅପରାଧୀଙ୍କୁ ଗିରଫ କରିବାରେ ସହାୟତା କଲେ ୫୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସୂଚନା ଯୋଗାଇବା ବ୍ୟକ୍ତିଙ୍କର ପରିଚୟ ଗୋପନ ରଖାଯିବ। ସମଗ୍ର ରାଜ୍ୟରେ ଥିବା ନିରଙ୍କରୀ ଭବନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଛି।

ସୂଚନା ଯୋଗ୍ୟ, ପଞ୍ଜାବର ଅମୃତସର ସହର ଉପକଣ୍ଠରେ ଏକ ଧାର୍ମିକ ସତସଙ୍ଗରେ ରବିବାର ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହେବା ସହ ୧୦ଜଣ ଆହତ ହୋଇଥିଲେ।  ମୁଖା ପିନ୍ଧିଥିବା ଦୁଇଜଣ ଦୃର୍ବୃତ୍ତ ମୋଟର ସାଇକଲରେ ଆସି ସତ୍‍ସଙ୍ଗ ସ୍ଥଳ ଉପରକୁ ଗ୍ରେନେଡ ଆକ୍ରମଣ କରିଥିଲେ।  ଅମୃତସରର ଉପକଣ୍ଠ ରାଜସାନସିର ଆଦିଲୱାଲା ଗ୍ରାମରେ ସନ୍ଥ ନିରଙ୍କରୀ ଅନୁଗାମୀମାନେ ଚଳାଇଥିବା ଏକ ସତସଙ୍ଗ ଉପରେ ଏହି ଆକ୍ରମଣ ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories