www.samajalive.in
Sunday, December 14, 2025
26.1 C
Bhubaneswar

ପୁଲିସ ଭ୍ୟାନ୍‍ ଧକ୍କାରେ ଗାଇ ମୃତ, କର୍ମଚାରୀ ଆହତ

ପିପିଲି :ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ଦରଡା ଗାଁ ଛକ ନିକଟରେ ଶୁକ୍ରବାର ସଂନ୍ଧ୍ୟାରେ ପୁଲିସ ଭ୍ୟାନ୍‍ ଧକ୍କାରେ ଗୋଟିଏ ଗାଇର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉକ୍ତ ପୁଲିସ ଭ୍ୟାନଟି ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ହଠାତ୍‍ ଗାଡି ସମ୍ମୁଖକୁ ଏକ ଗାଇ ଦଉଡି ଆସିଥିଲା। ଫଳରେ ଗାଡି ଧକ୍କାରେ ଗାଇର ମୃତ୍ୟୁ ଘଟିଥିବା ବେଳେ ଗାଡିରେ ବସିଥିବା ଜଣେ ପୁଲିସ କର୍ମଚାରୀଙ୍କ ବାମ ହାତ ପାପୁଲି ପଛପାର୍ଶ୍ବ ଗୁରୁତର ଆଘାତ ଲାଗିଛି। ଆହତ ପୁଲିସ କର୍ମଚାରୀଙ୍କୁ ପିପିଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତ ଗାଇକୁ ଜାତୀୟ ରାଜପଥ ଡିଭାଇଡର ମଝିରେ ଜେସିବି ଦ୍ୱାରା ଖୋଳାଯାଇ ପୋତି ଦିଆଯାଇଥିବା ସୂଚନା ମିଳିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories