www.samajalive.in
Monday, December 8, 2025
24.1 C
Bhubaneswar

ସୈଫ୍‌ଙ୍କ ପ୍ରଶଂସକଙ୍କୁ ମିଳିଲା ଉପହାର; ସାମ୍ନାକୁ ଆସିଲା ‘ଦେଭ୍‌ରା’ରୁ ଅଭିନେତାଙ୍କ ପ୍ରଥମ ଲୁକ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଜନ୍ମଦିନ ଅବସରରେ ବୁଧବାର ତାଙ୍କ ପ୍ରଶଂସକଙ୍କୁ ମିଳିଛି ଏକ ଉପହାର। ଆଗାମୀ ଚଳଚ୍ଚିତ୍ର ‘ଦେଭ୍‌ରା’ରୁ ସୈଫ୍‌ଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଦକ୍ଷିଣ ଭାରତୀୟ ଅଭିନେତା ଜୁନିୟର ଏନଟିଆର ଫିଲ୍ମରୁ ସୈଫ୍‌ଙ୍କ ପ୍ରଥମ ଲୁକ୍‌ ପୋଷ୍ଟର ଶେୟାର କରିଛନ୍ତି। ଏଥିସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ‘ଦେଭ୍‌ରା’ ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର। ଏଥିରେ ସୈଫ୍‌, ଜୁନିୟର ଏନଟିଆରଙ୍କ ବ୍ୟତୀତ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ। ପୂର୍ବରୁ ଏନଟିଆରଙ୍କ ଲୁକ୍‌ ନିର୍ମାତା ରିଲିଜ୍‌ କରି ସାରିଛନ୍ତି।


ପୋଷ୍ଟରରେ ସୈଫ୍‌ଙ୍କୁ ଲମ୍ବା କେଶରେ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ସୈଫ୍‌ଙ୍କ ପ୍ରଶଂସା କରୁଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ସୈଫ୍‌ ଓ ଜୁନିୟର ଏନଟିଆରଙ୍କୁ ଏକାଠି କାମ କରୁଥିବା ଦେଖିବାକୁ ମିଳିବ। ଏନଟିଆର ଆର୍ଟସ୍‌ ଓ ଯୁବା ସୁଧା ଆର୍ଟସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଏପ୍ରିଲ୍‌ ୫ରେ ପରଦାକୁ ଆସିବ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories