www.samajalive.in
Monday, December 8, 2025
24.1 C
Bhubaneswar

ଟ୍ରେନରେ ଏହି ଜିନିଷ ନେଇ ପାରିବେନି ଯାତ୍ରୀ

ନୂଆଦିଲ୍ଲୀ – ଯାତ୍ରୀମାନେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଅନେକ ଜିନିଷ ନେଇ ପାରିବେ ନାହିଁ ବୋଲି କଟକଣା ରହିଛି । ଅନେକ ଜଳନଶୀଳ ବସ୍ତୁକୁ ଟ୍ରେନରେ ଯାତ୍ରା ସମୟରେ ନେବା ପାଇଁ ବାରଣ କରାଯାଇଛି । ଭାରତୀୟ ରେଳ ୧୩ ହଜାରରୁ ଅଧିକ ଟ୍ରେନର ସଞ୍ଚାଳନ କରୁଛି । ଏହା ଭାରତୀୟମାନଙ୍କ ପାଇଁ ଏକ ମୁଖ୍ୟ ପରିବହନ ସାଧନ । ପ୍ରତିଦନି କୋଟି କୋଟି ଲୋକ ରେଳରେ ଯାତ୍ରା କରନ୍ତି । ରେଳରେ ସୁରକ୍ଷା ଏକ ମୁଖ୍ୟ ପ୍ରସଙ୍ଗ । ଏଥିପାଇଁ ଯାତ୍ରା ସମୟରେ କେତେକ ଜିନିଷ ନେବାକୁ ବାରଣ କରାଯାଇଛି । ରେଳରେ ଯାତ୍ରା କରିବା ସମୟରେ ଏହି ଜିନିଷ ନେଉଥିଲେ ଆପଣ ସାବଧାନ ହୋଇଯାଆନ୍ତୁ ।

ରେଳରେ ଯାତ୍ରା କରିବା ସମୟରେ ଷ୍ଟୋଭ୍‌ , ଗ୍ୟାସ ସିଲିଣ୍ଡର, କୌଣସି ପ୍ରକାରର ଜଳନଶୀଳ ରାସାୟନିକ ଦ୍ରବ୍ୟ, କୌଣସି ଜୀବ ଜନ୍ତୁଙ୍କର ଚମଡା, ପ୍ୟାକେଜ୍‌ରେ ତେଲ ଏବଂ ଅନ୍ୟକୁ କ୍ଷତି କରୁଥିବା ବସ୍ତୁ ନେଇ ପାରିବେ ନାହିଁ ।ରେଳ ନିୟମ ଅନୁସାରେ ୨୦ କିଲୋ ପର୍ଯ୍ୟନ୍ତ ଘିଅ ନେଇପାରିବେ । ମାତ୍ର ଘିଅ ଟିଣ ଡବାରେ ଭଲ ଭାବରେ ବନ୍ଦ ହେବା ଦରକାର ।

- Advertisement -

ଏହାର ଉଲ୍ଲଘଂନ କଲେ ଯାତ୍ରୀମାନଙ୍କୁ ଜୋରିମାନା ଦେବାକୁ ପଡିବ । ଏହାକୁ ରେଳ ପୋଲିସ୍‌ ଜବତ କରିବେ ବୋଲି ନିୟମ ରହିଛି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories