www.samajalive.in
Monday, December 8, 2025
13.1 C
Bhubaneswar

ଦିଲ୍ଲୀ ନୁହେଁ; କଲକାତା ବାୟୁମଣ୍ଡଳ ସବୁଠୁ ପ୍ରଦୂଷିତ

ନୂଆଦିଲ୍ଲୀ : ଉତ୍କଟ ପ୍ରଦୂଷଣ ପାଇଁ ରାଜଧାନୀ ଦିଲ୍ଲୀକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିଲାବେଳେ ସମସ୍ତଙ୍କୁ ଚମକାଇ ଦେଲା ଭଳି ରିପୋର୍ଟ ରବିବାର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଦିଲ୍ଲୀକୁ ଅତିକ୍ରମ କରି କଲକାତା ଭାରତର ସବୁଠୁ ପ୍ରଦୂଷିତ ସହର ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛି। ରବିବାରଠାରୁ ଗତ ୭୨ଘଣ୍ଟା ମଧ୍ୟରେ କଲକାତା ମହାନଗରୀର ପ୍ରଦୂଷଣ ମାତ୍ରା ଦିଲ୍ଲୀଠାରୁ ଅଧିକ ବୋଲି ବାୟୂମଣ୍ଡଳ ମାନ ପରୀକ୍ଷା (ନ୍ୟାସନାଲ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ) ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ କଲକାତା ବାୟୂମଣ୍ଡଳ ‘ଅତି ନିମ୍ନ ମାନର’ ବୋଲି ଦର୍ଶର୍ାଯାଇଛି। ଦୀପାବଳି ପରଠାରୁ, ୭ତାରିଖରୁ ଏଭଳି ଅବସ୍ଥା ପ୍ରାୟତଃ ଲାଗିରହିଥିବା ରିପୋର୍ଟରେ କୁହାଯାଇଛି।
ଏକ୍ୟୁଆଇ ରିପୋର୍ଟ ଅନୁଯାୟୀ, ବାୟୁମଣ୍ଡଳର ସାମଗ୍ରୀକ ପରିମାପକ ରବୀନ୍ଦ୍ରଭାରତୀ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ୨.୫ପିଏମ୍‍ ଓ ୩୮୧ ପଏଣ୍ଟ ରହିଥିବାବେଳେ ଭିକ୍ଟୋରିଆ ମେମୋରିଆଲ ଅଞ୍ଚଳରେ ୩୧୦.୭୫ ରେକର୍ଡ କରାଯାଇଛି। ଏହି ତୁଳନାରେ ଦିଲ୍ଲୀର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ କୁହାଯାଉଥିବା ଅଶୋକ ବିହାର ଅଞ୍ଚଳର ପ୍ରଦୂଷଣ ମାତ୍ରା ୨୯୨.୨୫ ରହିଛି। ଏକ୍ୟୁଆଇସ୍ତର ୨୦୧ରୁ ୩୦୦ମଧ୍ୟରେ ରହିଲେ ବାୟୁ ମଣ୍ଡଳ ‘ନିମ୍ନ ମାନ’ର ଓ ଏହାଠାରୁ ଅଧିକ, ୩୦୧ରୁ ୪୦୦ ରହିଲେ ‘ଅତି ନିମ୍ନ ମାନ’ର ବୋଲି ବିଚାର କରାଯାଏ। ସେହିଭଳି ଏକ୍ୟୁଆଇସ୍ତର ୪୦୧ରୁ ୫୦୦ ରହିଲେ ‘ସାଙ୍ଘାତିକ’ ଭାବେ ବିଚାର କରାଯାଏ। ଶୁକ୍ରବାର ରବୀନ୍ଦ୍ରଭାରତୀ ଅଞ୍ଚଳରେ ହାରାହାରି ଏକ୍ୟୁଆଇସ୍ତର ୩୫୯.୭୫ ଥିଲାବେଳେ ଭିକ୍ଟୋରିଆ ଅଞ୍ଚଳରେ ୨୮୮ ଓ ଅଶୋକବିହାର ଅଞ୍ଚଳରେ ୨୯୨.୨୫ ରହିଥିଲା। ଶନିବାର ଏହି ତିନି ଅଞ୍ଚଳରେ ଯଥାକ୍ରମେ ୩୩୦.୨୫, ୨୪୨.୫ ଓ ୨୯୩ ରେକର୍ଡ ହୋଇଥିଲା। ସେହିପରି ରବିବାର ଯଥାକ୍ରମେ ୩୫୫, ୨୪୬ ଓ ୩୬୯ ଥିବା ଜଣାପଡ଼ିଛି; ତେବେ ଉଭୟ ଦିଲ୍ଲୀ ଓ କଲକାତାର ବାୟୁମଣ୍ଡଳ ୨.୫ପି,ମ୍‍ ରେକର୍ଡ ହୋଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଦେଶର ସବୁଠୁ ପ୍ରଦୂଷିତ ନଗରୀ ଭାବେ କଲକାତା ପରିଚିତ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories