www.samajalive.in
Monday, December 8, 2025
27.1 C
Bhubaneswar

ଇଣ୍ଟରପୋଲ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଦୁବାଇ : ଆନ୍ତର୍ଜାତିକ ପୁଲିସ ସଂସ୍ଥା ଇଣ୍ଟରପୋଲ୍‍ର ନୂଆ ସଭାପତି ମନୋନୟନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପଦରେ ଥିବା ଚୀନ୍‍ର ମେଙ୍ଗ ହଙ୍ଗୱେଇ ସେପ୍ଟେମ୍ବର ମାସରେ ନିଖୋଜ ହୋଇଯିବା ଓ ପରେ ଚୀନ୍‍ ସରକାରଙ୍କ ଦ୍ୱାରା ଗିରଫ ହେବା ପରିପ୍ରେକ୍ଷୀରେ ସେ ଅକ୍ଟୋବର ୭ରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେବେଠାରୁ ତାଙ୍କର ଉତ୍ତରାଧିକାରୀ ମନୋନୟନ ପାଇଁ ଚିନ୍ତା କରାଯାଉଛି। ଏହି ପରିପ୍ରେକ୍ଷୀରେ ଦୁବାଇଠାରେ ବିଶ୍ୱର ୧୯୨ ରାଷ୍ଟ୍ରର ପ୍ରାୟ ୧୦୦୦ ପ୍ରତିନିଧି ତଥା ପ୍ରମୁଖ ପୁଲିସ ଅଧିକାରୀମାନେ ରବିବାର ଏକତ୍ର ହୋଇ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ସଂସ୍ଥାର ଏହି ସାଧାରଣ ପରିଷଦ ବୈଠକରେ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଉପସଭାପତି ଦକ୍ଷିଣ କୋରିଆର କିମ୍‍ ଜଙ୍ଗ ୟାଙ୍ଗ ଅଧ୍ୟକ୍ଷତା କରିଛନ୍ତି। ସଦସ୍ୟ ରାଷ୍ଟ୍ରମାନେ ଦୁଇଟି ପ୍ରସଙ୍ଗ ନେଇ ଆଲୋଚନା କରୁଛନ୍ତି। ସଭାପତି ନିର୍ବାଚନ ସହିତ ଯୁଦ୍ଧ ଅପରାଧୀ ବିବେଚନା କରାଯାଉଥିବା କସୋବୋକୁ ପୂର୍ଣ୍ଣ ସଦସ୍ୟତା ପ୍ରଦାନ ସଂକ୍ରାନ୍ତରେ ଆଲୋଚନା ହେଉଥିବା ସୂଚନା ଦେଇଛନ୍ତି ଇଣ୍ଟରପୋଲର ମହାସଚିବ ଜୁଏରଗେନ୍‍ ଷ୍ଟୋକ। ଉଲ୍ଲେଖଯୋଗ୍ୟ ଯେ ମେଙ୍ଗ ୨୦୧୬ରୁ ସଂସ୍ଥାର ସଭାପତି ଭାବେ କାର୍ଯ୍ୟ କରିଆସୁଥିଲାବେଳେ ତାଙ୍କର କାର୍ଯ୍ୟକାଳ ୨୦୨୦ପର୍ଯ୍ୟନ୍ତ ରହିଥିଲା। ଚୀନ୍‍ର ସୁରକ୍ଷା ବିଭାଗ ଉପମନ୍ତ୍ରୀ ଥିବା ମେଙ୍ଗଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି; ଯଦିଓ ନିଜେ ମେଙ୍ଗ ଓ ତାଙ୍କ ପତ୍ନୀ ଏହାକୁ ଅସ୍ୱୀକାର କରିଛନ୍ତି। ବାସ୍ତବରେ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ୍‍ ସହିତ ତାଙ୍କର ଅପଡ଼ ହେବାକୁ ମେଙ୍ଗଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories