www.samajalive.in
Friday, December 12, 2025
27.1 C
Bhubaneswar

ଆସିଲା ଓଡ଼ିଶା ହକି ବିଶ୍ୱକପ୍‍ ଗୀତର ଝଲକ

କଟକ : ଓଡ଼ିଶା ହକି ବିଶ୍ୱକପ୍‍ର ଅଫିସିଆଲ ଗୀତର ଝଲକ ରବିବାର ପ୍ରଶଂସକଙ୍କ ପାଖରେ ପହଞ୍ଚିଛି। ପୂରା ଗୀତ ଆସନ୍ତା ୨୧ରେ ଲୋକାର୍ପଣ ହେବାକୁ ଥିବା ବେଳେ ରବିବାର ହକି ଇଣ୍ଡିଆର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଗୀତର ୪୬ ସେକେଣ୍ଡର ଟିଜର ବା ଝଲକ ଆସିଛି। ଏହି ଗୀତର ଶୀର୍ଷକ ରହିଛି ‘ଜୟ ହିନ୍ଦ୍‍, ଜୟ ଇଣ୍ଡିଆ’। ଏହି ଗୀତରେ ଏହି ବାର୍ତ୍ତା ଦିଆଯାଇଛି ଯେ ବିଜୟ କିମ୍ବା ପରାଜୟ ଅପେକ୍ଷା ଉଦ୍ଦେଶ୍ୟର ମହତ୍ୱ ଅଧିକ।
ଓଡ଼ିଶା ହକି ବିଶ୍ୱକପ୍‍ର ଏହି ଗୀତକୁ ରଚନା କରଛନ୍ତି ବଲିଉଡ୍‍ର ପ୍ରଖ୍ୟାତ ଗୀତିକାର ଗୁଲ୍‍ଜାର ଏବଂ ସଂଗୀତ ନିର୍ଦେଶନା ଦେଇଛନ୍ତି ଏକାଡେମୀ ପୁରସ୍କାର ବିଜେତା ଏ.ଆର୍‍. ରେହ୍‍ମାନ। ‘ରୋମାନ୍‍ସର ବାଦ୍‍ଶାହ’ ଭାବେ ପରିଚିତ ଶାହାରୁଖ୍‍ ଖାଁ ଏଥିରେ ମୁଖ୍ୟତଃ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ, ନୟନତାରା, ବ୍ୟାଣ୍ଡ୍‍ବାଦକ ଶିବମଣି, ଗାୟିକା ନୀତି ମୋହନ, ଶ୍ୱେତା ମୋହନ, ସାସା ତ୍ରିପାଠୀ, ଶ୍ୱେତା ପଣ୍ଡିତ, ହର୍ଷଦୀପ ପ୍ରମୁଖ ଏହି ଗୀତରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଗୀତରେ ଭାରତୀୟ ହକି ଦଳର ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଗୀତରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ରହିଛି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯାଇଛି। ଏହି ଭିଡିଓର ସୁଟିଂ କରିଛନ୍ତି ରବି ବର୍ମନ। ଏହାର ଝଲକ ଆସିବା ପରେ ଟ୍ୱିଟର ଜରିଆରେ ଏ.ଆର୍‍. ରେହ୍‍ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଲେଖିଛନ୍ତି, ଓଡ଼ିଶା ହକି ବିଶ୍ୱକପ୍‍ ଗୀତ ପାଇଁ ରେହ୍‍ମାନଜୀଙ୍କୁ ଧନ୍ୟବାଦ। ଏହି ବିଶ୍ୱକପ୍‍ ଲାଗି ସାରାଦେଶର ହକିପ୍ରେମୀଙ୍କ ମନରେ ଏହି ଗୀତ ଉତ୍ସାହ ଓ ଉନ୍ମାଦନା ଭରିଦେବ। ଏହି ଗୀତର ସମ୍ପୂର୍ଣ୍ଣ ସଂସ୍କରଣ ସହ ଭୁବନେଶ୍ୱର ଓ କଟକରେ ତୁମ ପ୍ରଦର୍ଶନ ଦେଖିବାକୁ ଅପେକ୍ଷା କରିଛି। ଏହାର ଜବାବରେ ରେହ୍‍ମାନ ତାଙ୍କ ଟ୍ୱିଟର ପୃଷ୍ଠାରେ ଲେଖିଛନ୍ତି, ସମ୍ମାନିତ ଓ ଉଲ୍ଲସିତ ଅନୁଭବ କରୁଛି। ଓଡ଼ିଶାରେ ପ୍ରଦର୍ଶନକୁ ଅପେକ୍ଷା କରିଛି। ସୂଚନାଯୋଗ୍ୟ; ଶାହାରୁଖ୍‍ ଖାଁ ଓ ଅନ୍ୟ ବଲିଉଡ୍‍ ତାରକାଙ୍କ ସହ ଏ.ଆର୍‍. ରେହ୍‍ମାନ ଆସନ୍ତା ୨୭ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ରେ ଏବଂ ୨୮ରେ କଟକର ବାରବାଟୀ ଷ୍ଟାଡିୟମ୍‍ରେ ହକି ବିଶ୍ୱକପ୍‍ର ଉଦ୍‍ଘାଟନୀ ଉତ୍ସବରେ ପ୍ରଦର୍ଶନ କରିବେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories