www.samajalive.in
Friday, December 12, 2025
19.1 C
Bhubaneswar

ଗଛକଟା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର : ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର ବଳରାମପୁର ଅଞ୍ଚଳରେ ମଦ କାରଖାନା ଖୋଲିବା ପାଇଁ ଗଛକଟା ଯିବା ଘଟଣା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ଭାବେ ନେଇଛନ୍ତି। ପରିବେଶ ସୁରକ୍ଷା ଓ ଜଙ୍ଗଲ ରକ୍ଷା ପାଇଁ ଗଛକଟାକୁ ସ୍ଥାନୀୟ ଲୋକଙ୍କର ବିରୋଧ ଅଭୂତପୂର୍ବ ଥିଲା। ଗଛକଟାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଗଛକଟା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ଘଟଣାର ଅନୁଧ୍ୟାନ କରି ଆଉ ଯେପରି ଗଛ କଟାନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଉତ୍ତରାଞ୍ଚଳ ଆରଡିସିଙ୍କୁ ନିର୍ଦେଶ ଦେଇଛନ୍ତି।
ପି ଆଣ୍ଡ ଏ ବଟଲର୍ସ ପକ୍ଷରୁ ପ୍ରସ୍ତାବିତ ମଦ କାରଖାନା ପାଇଁ ବଳରାମପୁରରେ ଶନିବାର ପୁଲିସ ସହାୟତାରେ ଗଛକଟା ଆରମ୍ଭ ହୋଇଥିଲା। ଗ୍ରାମ୍ୟ ଜଙ୍ଗଲରେ ଗଛକଟାକୁ ବିରୋଧ କରି ଗ୍ରାମର ଶହ ଶହ ପୁରୁଷ ମହିଳା ଜଙ୍ଗଲର ସୁରକ୍ଷା ଦାବି କରି ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ସେମାନେ ଗଛକୁ କୁଣ୍ଢାଇ ଧରି ଏହାର ପ୍ରତିବାଦ କରିଥିଲେ। ମଦ କମ୍ପାନୀ ବିରୋଧୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ପୁଲିସ ଲାଠ ଚାର୍ଜ କରିଥିଲା। ପୁଲିସ  ୧୩ ଜଣଙ୍କୁ ଜବରଦସ୍ତ ଘୋଷାରି ଗାଡ଼ିରେ ବସେଇ ନେଇ ଯିବା ଯୋଗୁଁ ଉତ୍ତେଜନା ବଢ଼ିଥିଲା। ପୁଲିସ ମାଡ଼ରେ ଅନେକ ମହିଳା ଓ ପୁରୁଷ ଆହତ ହୋଇଛନ୍ତି। ମଦ କାରଖାନା ପାଇଁ ପ୍ରସ୍ତାବିତ ଏହି ଅଞ୍ଚଳରେ ୫ହଜାରରୁ ଅଧିକ ଗଛ ରହିଥିବା ବେଳେ ଜନସାଧାରଣ ଗଛକଟା ଖବର ପାଇବା ବେଳକୁ ପ୍ରାୟ ଏକ ହଜାର ଗଛ କଟା ସରିଥିବା ଜଣାଯାଇଛି। ଗଛ କଟା ହେଲେ ଜୈବ ବିବିଧତା ଧ୍ୱଂସ ହେବ ବୋଲି ଜନସାଧାରଣ କହିଛନ୍ତି। ବିରୋଧୀ ଏନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବା ବେଳେ ସମାଜସେବୀ ଓ ପରିବେଶବିତମାନେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ବିଜେଡି ମୁଖପାତ୍ର ପ୍ରତାପ ଦେବ ଗଣମାଧ୍ୟମକୁ କହିଛନ୍ତି, ଏଭଳି ଏକ ପ୍ରସଙ୍ଗରେ ସରକାର ଚୁପ ହୋଇ ବସିନାହାନ୍ତି। ମୁଖ୍ୟମନ୍ତ୍ରୀ ଗଛକଟା ବନ୍ଦ ସହ ଘଟଣାର ଆରଡିସିସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ସଂପୃକ୍ତ କମ୍ପାନୀ ବିୟର କମ୍ପାନୀ ଖୋଲିବା ପାଇଁ ତିନିବର୍ଷ ତଳେ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ହୋଇଥିଲା। ମଦ କାରଖାନା ପାଇଁ ଗଛକଟା ଯାଉଥିବା ସମ୍ପର୍କରେ ଶନିବାର ବିଧାନସଭାରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ପ୍ରଶ୍ନ ଉଠାଇଥିଲେ। ସରକାର ଏଭଳି ପଦକ୍ଷେପରୁ ନିବୃତ୍ତ ରହିବାକୁ ସେ ଦାବି କରିଥିଲେ। ସେହିପରି ଗଛକଟାକୁ ବିରୋଧ କରିଥିବା ଲୋକଙ୍କୁ ପୁଲିସ ବଳ ପ୍ରୟୋଗ କରି ଦବାଇ ଦେବାକୁ କରିଥିବା ଉଦ୍ୟମକୁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ଏବଂ ସମାଜବାଦୀ ପାର୍ଟିର ସଭାପତି ରବି ବେହେରା ନିନ୍ଦା କରିଛନ୍ତି। ଶ୍ରୀ ସାମନ୍ତରାୟ କହିଛନ୍ତି, ଗଛକଟାକୁ ବିରୋଧ କରିଥିବା ମହିଳାଙ୍କ ଉପରେ ଲାଠିଚାର୍ଜ ହୋଇଛି। ପୁଲିସ ଅନେକ ଲୋକଙ୍କୁ ଗିରଫ କରିଛି। ପରିବେଶ ସୁରକ୍ଷା ପାଇଁ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଆକ୍ରମଣ ଏବଂ ପ୍ରଶାସନର ଅମାନୁଷିକ କାର୍ଯ୍ୟକୁ ବିରୋଧ କରାଯିବା ସହ ସେଠାରେ ମଦ କାରଖାନା ପ୍ରତିଷ୍ଠା କରିବାକୁ ଦିଆଯିବ ନାହ। ପଲ୍ଲୀସଭାର ବିନା ଅନୁମତିରେ ଗ୍ରାମ୍ୟ ଜଙ୍ଗଲ କାଟିବା ଓ ମଦ କାରଖାନା ପ୍ରତିଷ୍ଠାକୁ ତାଙ୍କ ଦଳ ବିରୋଧ କରିବ ବୋଲି ଶ୍ରୀ ବେହେରା କହିଛନ୍ତି। ମହିଳାଙ୍କ ଉପରେ ପୁଲିସର କାର୍ଯ୍ୟନୁଷ୍ଠାନ ବିରୋଧରେ ସମାଜବାଦୀ ପାର୍ଟିର ଏକ ପ୍ରତିନିଧି ଦଳ ମହିଳା କମିଶନଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଘଟଣା ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories