www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତାରୋକର ଦୁଇ ଦିନ ପରେ ହିତାଧିକାରୀଙ୍କୁ ବଣ୍ଟନ ହେଲା ଚାଉଳ

ହରଭଙ୍ଗା: ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତରେ ରବିବାର ବାଲିପୁର ଏବଂ ନୂଆପଡ଼ା ଗ୍ରାମର ରାସନ କାର୍ଡଧାରୀଙ୍କୁ ୩ମାସର ଚାଉଳ ବ୍ଲକ ଯୋଗାଣ ଅଧିକାରୀ ବିପିନ ମହାପାତ୍ରଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଛି। ରାସନ କାର୍ଡଧାରୀଙ୍କୁ ଚାଉଳ ବଣ୍ଟନ ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ପ୍ରକାଶ ଯେ, ଗତ ୧୦ତାରିଖ ଏହି ପଂଚାୟତର ବାଲିପୁର ଏବଂ ନୂଆପଡ଼ା ଗ୍ରାମର ୧୩୦ଜଣ ହିତାଧିକାରୀଙ୍କୁ ୩ମାସର ଚାଉଳ ବଣ୍ଟନ କରାଯାଇନଥିବା ଅଭିଯୋଗରେ ସେମାନେ ନୂଆପଡ଼ା ଛକରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଚାଉଳ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ। ବିଡିଓଙ୍କ ପ୍ରତିଶ୍ରୁତି ଅନୁସାରେ ଆଜି ପୂର୍ବତନ ପିଇଓ ଅନନ୍ତ ବେହେରା ଏବଂ ବ୍ଲକ ଯୋଗାଣ ଅଧିକାରୀ ବିପିନ ମହାପାତ୍ରଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଛି। ପଂଚାୟତରେ ଯୋଗାଣ ସହାୟକ ନଥିବାରୁ ଚାଉଳ ବଣ୍ଟନରେ ଏକପ୍ରକାର ହେରଫେର ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ହିତାଧିକାରୀ ମହଲରେ ମତପ୍ରକାଶ ପାଉଛି। ଗରିବ ହିତାଧିକାରୀଙ୍କ ପାଖରେ ସୁବିଧାରେ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ଏହାର ତଦାରଖ ନିମନ୍ତେ ଜଣେ ସ୍ଥାୟୀ ଯୋଗାଣ ସହାୟକ ନିଯୁକ୍ତି ଦେବାକୁ ସାଧାରଣରେ ମତପ୍ରକାଶ ପାଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories