www.samajalive.in
Monday, December 8, 2025
24.1 C
Bhubaneswar

ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା : ୧୨ ମୃତ,୧୩ ଆହତ

ଉତ୍ତରକାଶୀ : ଉତ୍ତରାଖଣ୍ଡରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଉତ୍ତରକାଶୀରୁ ବିକାଶନଗର ଯାଉଥିବା ଏକ ବସ୍ ଖାଇରେ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାମଟା ହସ୍ପିଟାଲରେ ଭର୍ତି କରାଯାଇଛି । ସେଠାରେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆଜି ଯମୁନେତ୍ରୀ ହାଇୱେ ଉପରେ ଡାମଟା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ଘରୋଇ ବସ ଜାନକିଚଟ୍ଟୀରୁ ବିକାଶନଗର ଯାଉଥିଲା । ଡାମଟା ପହଂଚିବା ପୂର୍ବରୁ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ପ୍ରାୟ ୧୫୦ ମିଟର ଗଭୀର ଖାଇରେ ବସ୍ ଖସିପଡିଥିଲା ।

- Advertisement -

 ଡାମଟା ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏସଡିଆରଏଫର ୧୮ ଜଣିଆ ଏକ ଦଳ ଘଟଣାସ୍ଥଳକୁ ଆସିବା ସହିତ ଚାରି ଜଣ ଜବାନଙ୍କୁ ମଧ୍ୟ ହେଲିକ୍ୟାପଟରରେ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଥିଲା ।

ଖାଇରୁ ୧୦ ଜଣଙ୍କ ମୃତଦେହ ବାହାର କରାଯାଇଥିବା ବେଳେ, ହସ୍ପିଟାଲ ଯିବା ବାଟରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ୧୩ ଜଣଙ୍କୁ ଆହତ ଅବସ୍ଥାରେ ଡାମଟା ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡେରାଡୁନ ନେବାକୁ ବ୍ୟବସ୍ଥା କରାଯାଇଥିଲା । ଦୁର୍ଘଟଣାର ଭୟାବହତାକୁ ଲକ୍ଷ୍ୟ କଲେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories