www.samajalive.in
Thursday, December 11, 2025
18.1 C
Bhubaneswar

ବୀର ସୁରେନ୍ଦ୍ର ସାଏ ସ୍ପେସ ଇନୋଭେସନ୍ ସେଣ୍ଟର୍ -ଇସ୍ରୋ ମିଳିତ ଆନୁକୁଲ୍ୟରେ ରକେଟ୍ରି ସମ୍ମିଳନୀ

ବୁର୍ଲା : ବୀର ସୁରେନ୍ଦ୍ର ସାଏ ସ୍ପେସ ଇନୋଭେସନ୍ ସେଣ୍ଟର୍ ଦ୍ୱାରା ଇସ୍ରୋର ମିଳିତ ଆନୁକୁଲ୍ୟରେ ଏକ ସେମିନାର ଆୟୋଜିତ ହୋଇଥିଲା। ପରିବେଶ-ସଚେତନତା ପଦକ୍ଷେପ ସହିତ ଆରମ୍ଭ ହୋଇଥିଲା ଯେଉଁଥିରେ ଚାରାରୋପଣର ପ୍ରତିଜ୍ଞାବଦ୍ଧ ହୋଇଥିଲେ। ସମାରୋହରେ ଅନେକ ବରିଷ୍ଠ ଯୋଗଦାନ କରିଥିଲେ । ସୁଧୀର କୁମାର ଏନ୍‌ ନିଜ ବକ୍ତବ୍ୟରେ ପୁରା ଭିଏସଏଲଭି ଦଳକୁ ନିଜର ସାଧୁବାଦ୍ ଜଣାଇ ଥିଲେ। ଡାଇରେକ୍ଟର (ସିବିପିଓ ଇସ୍ରୋ) ନିଶାନ୍ତ କୁମାର, ଡେପୁଟି ଡାଇରେକ୍ଟର (ସିବିପିଓ ଇସ୍ରୋ ) କହିଲେ ‘ଆମେ ସବୁ ପ୍ରକାର ସହଯୋଗ ଭିସୁଟକୁ ସହିତ କରିବା ପାଇଁ ପ୍ରସ୍ତୁତ ଅଛୁ’। ଭିସୁଟ୍ କୁଳପତି ପ୍ରଫସର ବିଂଶୀଧର ମାଝୀ ଏବଂ ଭିଏସଏସଆଇସିର କୋରଡିନେଟୋର ଓ ଇଲେକ୍ଟ୍ରୋନିକ୍ସ ଏବଂ ଟେଲି ଯୋଗାଯୋଗ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ଼ ହରିଷ୍ କୁମାର ସାହୁ ଉତ୍ସବରେ ତାଙ୍କର ଉପସ୍ଥିତ ରହିଥିଲେ । ଚାରାରୋପଣ ସମାପ୍ତ ହେବା ପରେ, ଭିସୁଟର ବିଜୁ ପଟ୍ଟନାୟକ ଇ-ଶିକ୍ଷା କେନ୍ଦ୍ରରେ ‘ରକେଟ୍ରି, ସ୍ପେସ୍ ପ୍ରୋଗ୍ରାମ୍ ଏବଂ କୃଷି ଓ ସର୍ଭିଲାନ୍ସ ଡ୍ରୋନର ପ୍ରଦର୍ଶନ’ ଶୀର୍ଷକରେ ଏହି ବିସ୍ତୃତ ସେମିନାର ଆୟୋଜନ କରାଯାଇ ଥିଲା । ଏରୋ ଏଗ୍ରୋ ଇନୋଭେସନ୍ସ ପ୍ରି. ଲିମିଟେଡ୍, ଗ୍ଲୋବାଲ୍ ଏରୋସ୍ପେସ୍ ଏବଂ ଭିହାନ୍ ସ୍ପେସେଟେକ୍ ଆଦି ଡ୍ରୋନ୍ ଷ୍ଟାର୍ଟଅପ୍‌ରୁ ଆସି ପ୍ରେରଣାଦାୟକ ସାଜିଥିଲେ ଶିଳ୍ପ ବିଶେଷଜ୍ଞମାନେ କୃଷିରେ ମହାକାଶ ପ୍ରଯୁକ୍ତିର ବର୍ତ୍ତମାନ ଏବଂ ଭବିଷ୍ୟତର ଦୃଶ୍ୟ ଉପରେ ଏକ ବିସ୍ତୃତ ବକ୍ତବ୍ୟରେ ସେମାନଙ୍କର ଅଭିଜ୍ଞତାକୁ ବାଣ୍ଟିଥିଲେ । ଡ. ନୂତନ ସାହା ଧନ୍ୟବାଦ୍ ଅର୍ପଣ କରିଥିଲେ।

 

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories