www.samajalive.in
Thursday, December 11, 2025
18.1 C
Bhubaneswar

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଇଣ୍ଡକସନ୍ କମ୍ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼.ଜ୍ୟୋତି ପ୍ରକାଶ ରଥଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟାପିକା ସୁବ୍ରତ ରତନ ବେହେରା, ସୁଜିତ୍ କୁମାର ପଣ୍ଡା, ଅଧ୍ୟାପିକା ଶ୍ରୀମତି ବିଷ୍ଣୁପ୍ରିୟା ମଲିକ ଓ ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ନୈତିକ, ମାନସିକ ଦକ୍ଷତା ଏବଂ ମୂଲ୍ୟବୋଧକୁ ବିକାଶ କରିବା ପାଇଁ ବିଭିନ୍ନ ହିତ ଉପଦେଶ ପ୍ରଦାନ କରିଥିଲେ। ସେହିଭଳି ବିଦ୍ୟାଳୟରେ ଶୃଙ୍ଖଳିତ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ ପାଠ ସହିତ ଖେଳ, କୁଦ, ନୃତ୍ୟ, ବିଭିନ୍ନ ପ୍ରକାର ତାଲିମ୍, ଶ୍ରେଣୀ ଗୃହରେ ଠିକ୍ ଭାବେ ବସିବା, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଶିକ୍ଷାକୁ ଠିକ୍ ଭାବେ ଗ୍ରହଣ କରିବା ଭଳି ଅନ୍ୟାନ୍ୟ ଦିଗ ଉପରେ ଛାତ୍ରଛାତ୍ରୀ ମାନେ ଯେଭଳି ଭାବେ ଦୃଷ୍ଟିଦେବେ ସେ ଉପରେ ମଧ୍ୟ ପରାମର୍ଶ ଦିଆଯାଇଥିଲା।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories