www.samajalive.in
Tuesday, December 9, 2025
23.1 C
Bhubaneswar

ମୃତ୍ୟୁର ଅଧଘଣ୍ଟା ପରେ ଜିଇ ଉଠିଲେ ବିଜେପି ନେତା ମହେଶ ବଘେଲ !

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପୁଣି ଜୀବିତ ହୋଇଗଲେ ବିଜେପି ନେତା। ବିଜେପିର ପୂର୍ବତନ ଜିଲା ସଭାପତି ମହେଶ ବଘେଲଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କ ଘରକୁ ଆଣିଥିଲେ, କିନ୍ତୁ ଅଧ ଘଣ୍ଟା ପରେ ଶରୀରରେ ଗତିବିଧି ପରିଲକ୍ଷିତ ହୋଇଥିଲା। ଏହା ଦେଖି ପରିବାର ଲୋକେ ତୁରନ୍ତ ପୁଣି ତାଙ୍କୁ ଡାକ୍ତରଖାନା ନେଇଥିଲେ। ଏବେ ସେ ବେଶ୍‌ ସୁସ୍ଥ ଅନୁଭବ କରୁଥିବା ଜଣାପଡ଼ିଛି।

ପରିବାର ଲୋକଙ୍କ କହିବାନୁଯାୟୀ, ଡାକ୍ତରଙ୍କ ଦ୍ୱାରା ମୃତ ଘୋଷଣା କରାଯିବା ପରେ ବଘେଲଙ୍କୁ ସରାଇ ଖ୍ବାଜା ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା। ସମ୍ପର୍କୀୟମାନେ କାନ୍ଦୁଥିଲେ, ଏହି ସମୟରେ ବଘେଲ ଆଖି ଖୋଲିଥିଲେ ଏବଂ ତାଙ୍କ ଶରୀରରେ ହଲଚଲ ହେଉଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହା ଦେଖି ସେମାନେ ତୁରନ୍ତ ତାଙ୍କୁ ଆଗ୍ରା ସ୍ଥିତ ଏକ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ବଘେଲଙ୍କ ସାନଭାଇ ଲଖନ ସିଂହ ବଘେଲ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ବଡ଼ ଭାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ରକ୍ତଚାପ ୧୧୪/୭୦ ରହିଛି। ସେ ବର୍ତ୍ତମାନ ଭଲ ଅଛନ୍ତି ବୋଲି ସେ କହିଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories