www.samajalive.in
Thursday, December 11, 2025
16.1 C
Bhubaneswar

ବିଧାୟକଙ୍କ ସରକାରୀ କ୍ବାର୍ଟର୍ସରୁ ଝିଆରୀର ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀଙ୍କ ସରକାରୀ କ୍ବାର୍ଟର୍ସରୁ ନାବାଳିକା ଝିଆରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖାରବେଳ ନଗର ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବିଧାୟକ ନବ ଚରଣ ମାଝୀଙ୍କ ଏମ୍‌ଏଲ୍‌ଏ କଲୋନୀର ଡିଏସ୍ ୧୦/୧ କ୍ବାର୍ଟର୍ସରେ ତାଙ୍କ ଝିଆରୀ ଏଠାରେ ମାସେ ହେବ ରହୁଥିଲେ। ସେ ନୟାପଲ୍ଲୀସ୍ଥିତ ଏକ କଲେଜରେ ଯୁକ୍ତ-୨ର ଛାତ୍ରୀ ଅଟନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଶନିବାର ରାତି ୧୦ଟାରେ ସେମାନେ ତାଙ୍କୁ ଦେଖିଥିଲେ। ନାବାଳିକା ଜଣକ ଶୋଇବାକୁ ରୁମ୍‌କୁ ଯାଇଥିଲେ । ରବିବାର ଥିବାରୁ ଡେରିରେ ଉଠିବେ ଭାବି ପରିବାର ଲୋକେ ସକାଳୁ କବାଟ ବାଡେଇ ନଥିଲେ । ବିଳମ୍ବ ପର୍ଯ୍ୟନ୍ତ ନ ଉଠିବାରୁ ଘର ଲୋକ କବାଟ ବାଡେଇଥିଲେ ମଧ୍ୟ ଝିଅ କବାଟ ଖୋଲି ନଥିଲା। ପରେ ଝର୍କାବାଟେ ଦେଖିବାକୁ ପାଇଥିଲେ ଝିଅର ମୃତଦେହ। ଘଟଣା ସମ୍ପର୍କରେ ଖବରପାଇ ଖାରବେଳନଗର ପୁଲିସ  ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories