www.samajalive.in
Sunday, December 14, 2025
23.1 C
Bhubaneswar

ଥେରୁବାଲି ଓ ଆମ୍ବୋଡଲା ଷ୍ଟେସନରେ ପରୀକ୍ଷାମୂଳକ ରହଣି

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଆମ୍ବୋଡଲା ଓ ଥେରୁବାଲି ଷ୍ଟେସନ ଗୁଡିକରେ ୨ଟି ଯାତ୍ରୀବାହୀ ରେଳଗାଡି ଗୁଡିକର ପରୀକ୍ଷାମୂଳକ ରହଣିର ବ୍ୟବସ୍ଥା କରାଯାଇଛି। ରେଳବାଇ ପକ୍ଷରୁ ଜାରି ସୂଚନାନୁ୍‌‌ଯାୟୀ, ଯାତ୍ରୀଙ୍କ ଦାବି ଓ ସୁବିଧାକୁ ଧ୍ୟାନରେ ରଖି ରେଳବାଇ ପକ୍ଷରୁ ରେଳଗାଡି ସଂଖ୍ୟା ୧୨୮୦୭/୧୨୮୦୮ ବିଶାଖାପଟନମ – ନିଜାମୁଦ୍ଦିନ – ବିଶାଖାପଟନମ ସମତା ଏକ୍ସପ୍ରେସ ଆମ୍ବୋଡଲା ଷ୍ଟେସନରେ ବିଶାଖାପଟନମରୁ ନିଜାମୁଦ୍ଦିନ ଯାତ୍ରା ସମୟରେ ଦିନ ୧ଟା ୩୫ ମିନିଟରେ ପହଞ୍ଚି ୨ ମିନିଟର ରହଣି କରି ୧ଟା ୩୭ ମିନିଟରେ ଛାଡିବ। ସେହିଭଳି ଫେରବା ପଥରେ ଏହା ଦିନ ୧୦ଟା ୫୬ ମିନିଟରେ ପହଞ୍ଚି ୨ ମିନିଟର ରହଣି କରି ୧୦ଟା ୫୮ ମିନିଟରେ ଛାଡିବ। ସେହିଭଳି ରେଳଗାଡି ସଂଖ୍ୟା ୧୮୦୦୫ ହାୱଡା – ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନରେ ଦିନ ୨ଟା ୧୫ ମିନିଟରେ ପହଞ୍ଚି ୨ ମିନିଟର ରହଣି କରି ୨ଟା ୧୭ ମିନିଟରେ ଛାଡିବ। ଫେରିବା ପଥରେ ରେଳଗାଡି ସଂଖ୍ୟା ୧୮୦୦୬ ଜଗଦଲପୁର – ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ଦିନ ୧୧ଟା ୫୩ ମିନିଟରେ ପହଞ୍ଚି ୨ ମିନିଟର ରହଣି କରି ୧୧ଟା ୫୫ ମିନିଟରେ ଛାଡିବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories