www.samajalive.in
Wednesday, December 10, 2025
16.1 C
Bhubaneswar

ମୁଜଫରପୁର ଆଶ୍ରୟସ୍ଥଳ ମାମଲା: କୋର୍ଟ ନିର୍ଦେଶ ପରେ ପ୍ରାକ୍ତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସମ୍ପତ୍ତି ବାଜ୍ୟାପ୍ତ

ପାଟନା: ବିହାର ମୁଜଫରପୁର ଆଶ୍ରୟସ୍ଥଳରେ ବଳାତ୍କାର ମାମଲା କୋର୍ଟରେ ପହଞ୍ôଚ ଥିବାବେଳେ ପ୍ରାକ୍ତନ ମନ୍ତ୍ରୀ ମଞ୍ଜୁ ବର୍ମା ମାମଲା ପରଠାରୁ ଆତ୍ମଗୋପନ କରିବା ଘଟଣାକୁ କେନ୍ଦ୍ର କରି ପୁଲିସକୁ ସମାଲୋଚନା କରିଛନ୍ତି କୋର୍ଟ। ଜଣେ ମନ୍ତ୍ରୀ କିପରି ଆତ୍ମଗୋପନ କରୁଛନ୍ତି ବୋଲି କୋର୍ଟର ପାଲଟା ପ୍ରଶ୍ନ ଓ କଟୁ ସମାଲୋଚନା ପରେ ତତ୍ପର ହୋଇଛି ପୁଲିସ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶନିବାର ଦିନ। ବିହାର ପ୍ରାକ୍ତନ ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦେଶ ପାଇବା ପରେ ପୁଲିସ ପକ୍ଷରୁ ତାଙ୍କ ଘର ଉପରେ ଚଢ଼ଉ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିହାର ପୁଲିସ ମଞ୍ଜୁ ବର୍ମାଙ୍କ ବେଗୁସରାଏ ସ୍ଥିତ ବାସଭବନକୁ ସିଲ୍‍ କରିବା ସହ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଛି।
ଶୁକ୍ରବାର କୋର୍ଟ ମଞ୍ଜୁ ବର୍ମାଙ୍କ ବିରୋଧରେ ରାୟ ଦେଇଥିଲେ। କୋର୍ଟ ପକ୍ଷରୁ ଧାରା ୮୨ ଓ ୮୩ ଅଧୀନରେ ପୁଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇ ଥିଲା। ବେଗୁସରାଏ ଜିଲାର ଚୋରିୟା ନିର୍ବାଚନ କ୍ଷେତ୍ରରୁ ଜେଡିୟୁ ଆସନରୁ ମଞ୍ଜୁ ବର୍ମା ଜିତି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ମୁଜଫରପୁର ଆଶ୍ରୟସ୍ଥଳରେ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସହ ମଞ୍ଜୁ ବର୍ମାଙ୍କ ଟେଲିଫୋନରେ ବାର୍ତ୍ତାଳାପ ଓ ତାଙ୍କ ସ୍ୱାମୀଙ୍କ ସମ୍ପର୍କର ପ୍ରମାଣ ମିଳିବା ପରେ ମଞ୍ଜୁ ବର୍ମା ସମାଜ କଲ୍ୟାଣ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ମଞ୍ଜୁ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତୀବ୍ର ହେବାକୁ ଲାଗିଥିଲା। ମଞ୍ଜୁ ବର୍ମାଙ୍କୁ ଫେରାର ଘୋଷଣା କରାଯିବା ସହ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇ ଥିଲା। ତେବେ ମଞ୍ଜୁ ବର୍ମାଙ୍କ ପକ୍ଷରୁ ଆଇନଜୀବୀ ଏହାର ବିରୋଧ କରି ପାଲଟା ଆବେଦନ କରିଥିଲେ। କୋର୍ଟ ମଞ୍ଜୁ ବର୍ମାଙ୍କ ଆବେଦନକୁ ଖାରଜ କରି ପୁଲିସକୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଅନୁମତି ପ୍ରଦାନ କରିଛନ୍ତି।
କିଛି ଦିନ ପୂର୍ବେ ଜେଡିୟୁରୁ ମଞ୍ଜୁ ବର୍ମାଙ୍କୁ ନିଲମ୍ବନ କରାଯାଇଛି। ଦୀର୍ଘ ସମୟ ଧରି ଫେରାର ଥିବା ମଞ୍ଜୁ ବର୍ମାଙ୍କୁ ନେଇ ସୁପ୍ରିମକୋର୍ଟ ମଧ୍ୟ ବିହାର ସରକାରଙ୍କୁ ସମାଲୋଚନା କରିଛନ୍ତି।
ମୁଜଫରପୁର ବାଳିକା ଆଶ୍ରୟସ୍ଥଳରେ ୩୪ଜଣ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ତଦନ୍ତ କରୁଥିବା ସିବିଆଇ ମଞ୍ଜୁ ବର୍ମାଙ୍କ ବରିୟାରପୁରସ୍ଥିତ ବାସଭବନ ଉପରେ ଚଢଉ କରିଥିଲା। ୧୭, ଅଗଷ୍ଟ ୨୦୧୮ରେ ସିବିଆଇର ଏହି ଚଢଉରେ ମଞ୍ଜୁ ବର୍ମାଙ୍କ ବାସଭବନରୁ ୫୦ଟି ଗୁଳି ଜବତ କରାଯାଇ ଥିଲା। ଏହାକୁ ଭିତ୍ତି କରି ମଞ୍ଜୁ ବର୍ମା ଓ ତାଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମାଙ୍କ ନାମରେ ଆର୍ମ ଆକ୍ଟରେ ମାମଲା ରୁଜୁ କରାଯାଇ ଥିଲା। ୨୯ ଅକ୍ଟୋବରରେ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚନ୍ଦ୍ରଶେଖର କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ମଞ୍ଜୁ ବର୍ମାଙ୍କୁ ଗିରଫ କରିବାକୁ ବିହାର ଓ ଝାଡ଼ଖଣ୍ଡର ଏକାଧିକ ସ୍ଥାନରେ ବିହାର ପୁଲିସ ଚଢଉ କରିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories