www.samajalive.in
Sunday, December 14, 2025
26.1 C
Bhubaneswar

ପର୍ଶୁରାମ ଛକ ବିବାଦ : ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚର ଆହ୍ଵାନ କ୍ରମେ ପାଟଣାଗଡ଼ ପର୍ଶୁରାମ ଛକ ବିବାଦକୁ ନେଇ କଣ୍ଟାବାଞ୍ଜିରେ ବନ୍ଦ ପାଳନ ହୋଇଛି। ପାଟଣାଗଡ଼  ବିଧାୟକ ସରୋଜ ମେହେର, ପାଟଣାଗଡ଼ ପର୍ଶୁରାମ ଛକରୁ ଭଗବାନ ପର୍ଶୁରାମଙ୍କ ଫଟୋ  ଚିତ୍ର ତଥା ଧ୍ବଜାକୁ ବାହାର କରିଦେଇ ସେଠାରେ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିବା ହେତୁ ବଲାଙ୍ଗୀର ଜିଲ୍ଲାର ହିନ୍ଦୁ ଜାଗରଣ ମଞ୍ଚ ଡାକରାରେ, ହିନ୍ଦୁ ସମାଜ ତରଫରୁ  ନିନ୍ଦା ପ୍ରସ୍ତାବ ଆଗତ କରାଯାଇ ଗୂରୁବାର ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ପର୍ଶୁରାମ ଛକ ନିକଟରେ ବ୍ରାହ୍ମଣ ସମାଜ ଓ ସମର୍ଥନ କରୁଥିବା ଅନ୍ୟ ସଂଗଠନ ତରଫରୁ ଆନ୍ଦୋଳନକାରୀ ମାନେ ବର୍ଷାରେ ଛତାଧରି ରାସ୍ତା ଅବରୋଧ କରି ଯାନବାହାନ ଚଳାଚଳ ବନ୍ଦ କରିଥିଲେ। ସହରର ସମସ୍ତ ଦୋକାନ ବଜାର, ରାଷ୍ଟାୟତ ବ୍ୟାଙ୍କ, ତହସିଲ କାର୍ଯ୍ୟାଳୟ ବନ୍ଦ ଥିଲା। କଣ୍ଟାବାଞ୍ଜି -ବଲାଙ୍ଗୀର-ବଙ୍ଗମୁଣ୍ଡା ମୁଖ୍ୟ ସଡ଼କ ପଥରେ ଭାରୀଯାନ ଅଟକି ରହିଥିଲା। ବର୍ଷା ସାଙ୍ଗକୁ ବନ୍ଦ ପାଳନ ଯୋଗୁ ସହର ଶୂନଶାନ ଦେଖାଯାଇଥିଲା।  ଆଜିର ଏହି ବନ୍ଦ ଡାକରାରେ ବ୍ରଜଶ୍ୟାମ ଗୁରୁ, ନରୋତମ ପଣ୍ଡା, ଚିନ୍ମୟ ଯୋଷୀ, ଅମରଚନ୍ଦ ଶର୍ମା, ଘନଶ୍ୟାମ ଶର୍ମା, ରାଜୁ ଶର୍ମା, ନିଶିକାନ୍ତ ମହାପାତ୍ର, ମନୋଜ ଶର୍ମା, ସଞ୍ଜୟ ମହାପାତ୍ର, ମଧୁ ଦାଶ, ହରିହର ଠାକୁର, ମନୋଜ ଠାକୁର, କୈଳାସ ଶର୍ମା, ବୀରବଲ ଶର୍ମା, ହିତେଶ ପାଣିଗ୍ରାହୀ, ବିକାଶ ଷଡ଼ଙ୍ଗୀ, ପ୍ରଦୀପ ବାଗ, ଲକ୍ଷ୍ମଣ ବାଗ,ଜିଲ୍ଲା ବିଜେପି ସଭାପତି  ଶିବାଜୀ ମହାନ୍ତି ସହ ବ୍ରାହ୍ମଣ ସମାଜ, ପର୍ଶୁରାମ ବାହିନୀ, ଶ୍ରୀ ରାମ ନବମୀ କମିଟି, ବଜରଙ୍ଗ ଦଳ, ବିଜେପି ତଥା ଅନ୍ୟାନ୍ୟ ଅନେକ ସଙ୍ଗଠନ ର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ।।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories