www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାଦିଷ୍ଟ ଖେଚେଡ଼ି

ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ – ୪୦୦ ଗ୍ରାମ
ଫୁଲ କୋବି – ଅଳ୍ପ
କ୍ୟାପସିକମ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ମଟର ଛୁଇଁ ମଞ୍ଜି – ଆବଶ୍ୟକ ଅନୁଯାୟୀ
ଆଳୁ – ୨ଟି
ଧନିଆ ପତ୍ର – ଅଳ୍ପ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
ଗୋଟା ଜିରା – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
କଞ୍ଚା ଲଙ୍କା – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସମସ୍ତ ପରିବାକୁ କାଟି ଧୋଇ କରି ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକର ଗରମ ହେବା ପରେ ତେଲ ପକାନ୍ତୁ। ତେଲରେ ଗୋଟା ଜିରା, କଞ୍ଚା ଲଙ୍କା, କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ କଟା ଟମାଟୋ,କୋବି, ଆଳୁ , ମଟର ଛୁଇଁ, କ୍ୟାପସିକ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଚାଉଳ, ଧନିଆ ପତ୍ର ଆବଶ୍ୟକ ପରିମାଣରେ ପାଣି ଦେଇ ଗୋଟେ ସିଟି କୁକରରେ ଦେଇ ୧୫ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଖେଚେଡ଼ି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories