www.samajalive.in
Thursday, December 11, 2025
18.1 C
Bhubaneswar

ବନ୍ୟା ମୁକାବିଲା ପାଇଁ ଧାମନଗରରେ ୩୦ ଜଣିଆ ଓଡ୍ରାଫ ଟିମ୍

ଦୋବଲ: ଭଦ୍ରକ ଜିଲ୍ଲା ତଥା ଧାମନଗର ସୀମାନ୍ତ ବୈତରଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଛି। ଭଣ୍ଡାରିପୋଖରୀର ଆଖୁଆପଦାଠାରେ ବୈତରଣୀ ନଦୀରେ ୧୯.୩୬ ମିଟର ଉପରେ ଜଳସ୍ତର ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ସ୍ତର ୧୭.୮୩ ମିଟର ରହିଛି। ଏଣୁ ସନ୍ଧ୍ୟା ୬ଟା ୫୦ ସୁଦ୍ଧା ବନ୍ୟାଜଳ ବିପଦ ସଂକେତଠାରୁ ପାଖାପାଖି ୧.୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଯଦ୍ୱାର ବୈତରଣୀ ନଦୀର ୨ ଏସକେପ ଦେଇ ବନ୍ୟା ଜଳ ବାହାରି ଗେଙ୍ଗୁଟି ନଦୀରେ ପ୍ରବେଶ ହେବା ସହ ଚାଷ ଜମିରେ ପ୍ରବେଶ କରିଛି। ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ବନ୍ୟା ମୁକାବିଲା ଲାଗି ଧାମନଗର ବ୍ଲକ, ତହସିଲ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିବା ସହ ସମସ୍ତଙ୍କ ଛୁଟି ବାତିଲ କରାଯାଇଛି। ବନ୍ୟା ମୁକାବିଲା ପାଇଁ ଧାମନଗରରେ ୩୦ ଜଣିଆ ଓଡ୍ରାଫ ଟିମ୍ ପହଞ୍ଚିଥିବା ସୂଚନା ମିଳିଛି।

ଧାମନଗର ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟରେ ବୈତରଣୀ ଓ ବ୍ରାହ୍ମଣୀ ବେସିନର ଉପ ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟାନ୍ୟ ପଦସ୍ଥ କର୍ମଚାରୀଙ୍କ ସହିତ ବିପଦସଙ୍କୁଳ ସ୍ଥାନ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ସ୍ଥାନକୁ ବୁଲି ଦେଖିଛନ୍ତି ଧାମନଗର ବିଧାୟକ ସୂର୍ୟ୍ୟବଂଶୀ ସୁରଜ। ସେହିପରି ଧାମନଗର ପୂର୍ବତନ ବ୍ଲକ ଅଧକ୍ଷ ଅଶୋକ ନାୟକ ଧାମନଗର ବୈତରଣୀ ନଦୀର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପ ଗୁଡିକ ବୁଲି ଦେଖିବା ସହିତ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ବନ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

- Advertisement -

ବନ୍ୟା ମୁକାବିଲା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳ ଧାମନଗରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ସମସ୍ତ ବ୍ଲକ ଅଧିକାରୀ ଓ ପ୍ରତିନିଧିଙ୍କ ସହ ବନ୍ୟା ମୁକାବିଲା ସଂପର୍କରେ ଆଲୋଚନା କରିଥିଲେ। ବନ୍ୟାକୁ ଆଖିଆଗରେ ରଖି ଆନନ୍ଦପୁର, ସୋହଡ଼ା, ପଧାନି, କରଦା ଓ ଖଡ଼ିପଦା ପଞ୍ଚାୟତର ସରପଞ୍ଚ, ନିର୍ବାହୀ ଅଧିକାରୀଙ୍କୁ ସଜାଗ ରହିବା ଲାଗି ବ୍ଲକ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଉପରୋକ୍ତ ପଞ୍ଚାୟତରେ ଥିବା ସ୍କୁଲ ଘରକୁ ଆବଶ୍ୟକସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳୀ କରିବା ଲାଗି କୁହାଯାଇଛି।

ଏହାସହ ସବୁ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ଏହା ବ୍ୟତୀତ ବ୍ଲକ ଓ ତହସିଲ ପକ୍ଷରୁ ଗୋଟିଏ ଗୋଟିଏ ରାପିଡ୍ ଆକ୍ସନ ଟିମ୍ ଗଠନ କରାଯାଇଛି। ବନ୍ୟା ଜଳ ବଢ଼ିଲେ କିଛି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହେବା ଆଶଙ୍କା ଥିବାରୁ ଜରୁରୀକାଳୀନ ସେବା ଯୋଗାଇବା ଲାଗି ନଦୀର ବିଭିନ୍ନ ଘାଟରେ ବୋଟ୍ ପ୍ରସ୍ତୁତ ରଖାଯିବ ବୋଲି ସୂଚନା ମିଳିଛି। ତେବେ ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିବାରୁ ଧାମନଗର ବ୍ଲକର ଅଧିକାଂଶ ଜମିରେ ତଳି ନଷ୍ଟ ହେବା ଆଶଙ୍କା ହେବା ନେଇ ଧାମନଗର କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଭାସ୍କର ଦାସ କହିଛନ୍ତି। ସେପଟେ ଗେଙ୍ଗୁଟି ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ଦୁର୍ବଳ ରହିଛି। ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମହାନ୍ତି ସାହି କରଦା ପୋଲ ପାଖରେ ମଧ୍ୟ ପୂର୍ବରୁ ଧସିଥିବା ଗେଙ୍ଗୁଟି ନଦୀର ବନ୍ଧ ଓ ପଥର ପେକିଙ୍ଗ ଦୁର୍ବଳ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories