ଡିଆଇଇଟିରେ ଏଫଏଲଏନ ସମ୍ବଳ କକ୍ଷ ପ୍ରସ୍ତୁତିକରଣ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଜିଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଚାରି ଦିନିଆ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ଶିକ୍ଷଣ ଉପକରଣ କକ୍ଷ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତଥା କର୍ମଶାଳାରେ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ଟିକାବାଲି ଡିଆଇଇଟିର ଅଧକ୍ଷ ବାମଦେବ ତ୍ରିପାଠୀ ଓ ଅନ୍ୟ ଶିକ୍ଷକ ପ୍ରଶିକ୍ଷକ ମଧ୍ୟରେ ସର୍ବେଶ୍ୱର ଦାଶ, ସୁବାଷ ଚନ୍ଦ୍ର ବେହେରା, ସସ୍ମିତା ପ୍ରଧାନ, ବାଣିରୂପା ପ୍ରଧାନ, ସ୍ମୃତି ସନ୍ଧ୍ୟା, ରଶ୍ମିତା ଗିରି, ଶ୍ରୀମା ଶୁଭଶ୍ରୀ ଦାଶ, ଶୁଭଶ୍ରୀ ବେହେରା, ଟିପାରୀଗାଁ ପ୍ରଧାନ ଶିକ୍ଷକ ପ୍ରଦୀପ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

prayash

ଏହି କାର୍ଯ୍ୟକ୍ରମରେ କନ୍ଧମାଳର କୋଣ ଅନୁକୋଣରୁ ଆସିଥିବା ସମ୍ବଳ ଶିକ୍ଷକ ମଧ୍ୟରେ ସିମାଞ୍ଚଳ ମୁଖି, ପବିତ୍ର ସାହୁ, ରବୀନ୍ଦ୍ର ଦିଗାଳ, ପ୍ରଦୀପ ମହାନ୍ତି, ବିପିନ ବେହେରା, ଜ୍ୟୋତ୍ସ୍ନାରାଣୀ ବେହେରା, ନମ୍ରତା ମଞ୍ଜରୀ କର, ରାଧାକାନ୍ତ ଦିଗାଳ, ସଞ୍ଜୟ ମହାପାତ୍ର, ଅରୁଣ କୁମାର ଦେ, ସଂଗୀତା ସାହୁ, ବିମଳ କହଁର, ଅଜିତ କୁମାର ମଲିକ ଓ ଅରବିନ୍ଦ ମହାପାତ୍ର ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ । ଅବସରପ୍ରାପ୍ତ ତଥା ପୂର୍ବତନ ଆଦର୍ଶ ଶିକ୍ଷକ ଗୋଲକ ବିହାରୀ ପଟ୍ଟନାୟକଙ୍କ ତତ୍ୱାବଧାନ ରେ ସମସ୍ତ ସମ୍ବଳ ଶିକ୍ଷକ ଙ୍କ ଦ୍ୱାରା ଗଣିତ ଓ ସାକ୍ଷାରତା ସମ୍ବନ୍ଧୀୟ ବହୁତ ଉଚ୍ଚକୋଟିର ଶିକ୍ଷଣ ଉପକରଣ ପ୍ରସ୍ତୁତ କରିଥିଲେ ।

Comments are closed.