www.samajalive.in
Friday, December 12, 2025
17.1 C
Bhubaneswar

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସ୍‌ଡି ସୁଧାଂଶ୍‌ ପନ୍ତଙ୍କ ଏମ୍‌ସ ଭୁବନେଶ୍ୱର ପରିଦର୍ଶନ, ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଓ ଉତ୍କର୍ଷତାକୁ ପ୍ରଶଂସା

ଭୁବନେଶ୍ୱର: ଗୌରବମୟ ପ୍ରଥମ ଦଶନ୍ଧିର ଯାତ୍ରା ଅବସରରେ ଏମ୍‌ସ ଭୁବନେଶ୍ୱର ଓଡ଼ିଶା ତଥା ପଡୋଶୀ ରାଜ୍ୟର ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି। ରୋଗୀସେବା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦେଶରେ ଏକ ନୂତନ ବ୍ରାଣ୍ଡ୍‌ ସୃଷ୍ଟି କରିଛି ଏବଂ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟାନୁଷ୍ଠାନଗୁଡିକ ପାଇଁ ଅନୁକରଣୀୟ ହୋଇପାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଓଏସ୍‌ଡି ସୁଧାଂଶ୍‌ ପନ୍ତ ପ୍ରକାଶ କରିଛନ୍ତି।

ଶ୍ରୀ ପନ୍ତ ଆଜି ଏମ୍‌ସ ଭୁବନେଶ୍ୱର ପରିଦର୍ଶନ କରିବା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି। ଏମ୍‌ସରେ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିବା ସହିତ ଏହି ଗସ୍ତ ସମୟରେ ଶ୍ରୀ ପନ୍ତ ରୋଗୀଙ୍କ ସହ ସିଧାସଳଖ ବାର୍ତ୍ତାଳପ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ମତାମତ ଲୋଡ଼ିଥିଲେ। ଏମ୍‌ସ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଶ୍ରୀ ପନ୍ତଙ୍କୁ ସ୍ବାଗତ କରିବା ସହିତ ଏହି ପ୍ରମୁଖ ଜାତୀୟ ଅନୁଷ୍ଠାନର ବିଭିନ୍ନ କୃତିତ୍ବ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

- Advertisement -

ରୋଗୀମାନଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ପନ୍ତ ଏମ୍‌ସରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟସେବା ସମ୍ବନ୍ଧରେ ସେମାନଙ୍କ ମତାମତକୁ ଧ୍ୟାନର ସହ ଶୁଣିଥିଲେ। ରୋଗୀଙ୍କୁ ସହୃଦୟତାର ସହିତ ପ୍ରଦାନ କରାଯାଉଥିବା ଉତ୍ତମ ଚିକିତ୍ସା ସେବା ନିମନ୍ତେ ଏମ୍‌ସର ଚିକିତ୍ସକ ଏବଂ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀ ପନ୍ତ ମେଡିସିନ୍‌ ବିଭାଗ ସମେତ ଏକାଧିକ ୱାର୍ଡ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସ୍‌ଡି ଏମ୍‌ସ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ବୁଲି ଦେଖିବା ସହିତ ଜଟିଳ ରୋଗର ଚିକିତ୍ସାରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଜନସାଧାରଣଙ୍କୁ ସୁବିଧା ପ୍ରଦାନ କରିବାର ପ୍ରତିବଦ୍ଧତା ନିମନ୍ତେ ଏମ୍‌ସର ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ ଶ୍ରୀ ପନ୍ତ।

ପରେ ଏମ୍‌ସର ବିଭାଗୀୟ ମୁଖ୍ୟମାନଙ୍କ ସହିତ ଆଲୋଚନା କାଳରେ ଡାକ୍ତରୀ ଶିକ୍ଷା, ଗବେଷଣା ଏବଂ ରୋଗୀସେବା କ୍ଷେତ୍ରରେ ଏହି ଅନୁଷ୍ଠାନର ଅଗ୍ରଣୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ଶ୍ରୀ ପନ୍ତ। ଏନେଇ ଚିକିତ୍ସକମାନଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସଫଳତା ନିମନ୍ତେ ଏମ୍‌ସ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କୁ ଅଭିନନ୍ଦନ ଜଣାଇଥିଲେ ଶ୍ରୀ ପନ୍ତ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ସାମଗ୍ରୀକ ବିକାଶ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆବଶ୍ୟକ ସହାୟତା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ ଶ୍ରୀ ପନ୍ତ।

ସୂଚନାଯୋଗ୍ୟଯେ ଚଳିତ ମାସ ୩୧ରୁ ସୁଧାଂଶ ପନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ।
ଏହି ଗସ୍ତ ସମୟରେ ଡିନ୍‌ ଡ. ପିଆର ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ ଜେନା, ଭାରପ୍ରାପ୍ତ ମେଡିକାଲ୍‌ ଅଧୀକ୍ଷକ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡିଡିଏ ରବି ପ୍ରକାଶ, ବରିଷ୍ଠ ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories