www.samajalive.in
Friday, December 12, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥ ପରିକ୍ରମା ଶୁଭାରମ୍ଭ

ତିଗିରିଆ: ତିଗିରିଆ ବ୍ଲକ କୃଷି ବିଭାଗ ଆନୁକୁଲ୍ୟରେ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ପରିସରରୁ ପ୍ରଧାନମନ୍ତ୍ରୀ ଫସଲବୀମା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଫସଲ ବୀମା ଉପରେ ସଚେତନତା ପାଇଁ ଏହି ରଥ ବ୍ଲକର ସବୁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରାଇବ। ଚାଷୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିୟମ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥର ଚାଷୀଙ୍କ ପାଇଁ ୨ହେକ୍ଟର ଜମି ପର୍ଯ୍ୟନ୍ତ ମାତ୍ର ଏକ ଟଙ୍କା ପ୍ରିମିୟମ ଦେବାର ବନ୍ଦୋବସ୍ତ କରିଛନ୍ତି। ଯାହାଫଳରେ ଏକ ଟଙ୍କା ପ୍ରିମିୟମରେ ଜଣେ ଚାଷୀ ନିଜର ୫ଏକର ଧାନଫସଲ ଜମିକୁ ବୀମାଭୁକ୍ତ କରିବାର ସୁବିଧା ପାଇପାରିବେ। କେବଳ ଫସଲ ବୀମା ପାଇଁ ଚାଷୀଙ୍କୁ ତାଙ୍କର ଜମିପଟ୍ଟା, ବ୍ୟାଙ୍କ ପାସବୁକ୍, ଆଧାରକାର୍ଡ ଦେବାକୁ ପଡିବ। ବିଶେଷକରି ଏହି ଫସଲ ବୀମା ସୁବିଧା ପ୍ରତ୍ୟେକ ଋଣୀ ଏବଂ ଅଣଋଣୀ ଚାଷୀଙ୍କୁ ମିଳିବ। ଜୁଲାଇ ୩୧ ତାରିଖ ଏହାର ଶେଷ ଦିନ ରହିଥିବାରୁ ଯେଭଳି ଜଣେ ମଧ୍ୟ ଚାଷୀ ଫସଲ ବୀମାରୁ ବଞ୍ଚିତ ନହୁଅନ୍ତି ସେ ଦିଗରେ ସଚେତନତା ପାଇଁ ଆଜି ଏହି ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିବା ବେଳେ ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ବ୍ଲକ କୃଷି ଅଧିକାରୀ ସନାତନ ବେହେରା, ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟି, ପାଞ୍ଚଗାଁ ସରପଞ୍ଚ ନିରଞ୍ଜନ ଦଳେଇ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୌରହରି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories