www.samajalive.in
Wednesday, December 10, 2025
26.1 C
Bhubaneswar

ପଞ୍ଚାୟତ କାର୍ଯ୍ୟାଳୟରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ସୋମପଡ଼ା ପଞ୍ଚାୟତ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ରାତିରେ ଦୁର୍ବୃତ୍ତମାନେ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକର ତାଲା ଭାଙ୍ଗିବା ସହ ପଞ୍ଚାୟତର ୪ ଗୋଟି ପ୍ରକୋଷ୍ଠର ତାଲା ଭାଙ୍ଗିଛନ୍ତି। ସେଥି ମଧ୍ୟରେ ସରପଞ୍ଚଙ୍କ ପ୍ରକୋଷ୍ଠରେ ପଞ୍ଚାୟତ କାର୍ଯ୍ୟରେ ବ୍ୟବହୃତ କମ୍ପ୍ୟୁଟର, ପ୍ରିଣ୍ଟର, ୟୁପିଏସ ଏବଂ ସରପଞ୍ଚଙ୍କ ବ୍ୟକ୍ତିଗତ ଲାପଟପ୍ ସହିତ ୪ ଗୋଟି ପ୍ଲାଷ୍ଟିକ ଚୌକି ଚୋରି ହୋଇଥିବା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବେଣୁଧର ଜେନା ଶୁକ୍ରବାର ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ତିଗିରିଆ ଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଦଳ ଘଟଣା ସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ କରିଛନ୍ତି।

ସେହିଭଳି ପୁରୁଣା ତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଚଷାଆଁରା ଗ୍ରାମରେ ବିନ ଦାସଙ୍କ ଦୋକାନରୁ ଟଙ୍କା ଓ ସେହି ଗ୍ରାମର ଗୋବର୍ଦ୍ଧନ ସ୍ବାଇଁ ଏବଂ ତାଙ୍କ ଭାଇ ଗଗନ ବିହାରୀ ସ୍ବାଇଁଙ୍କ ଘରୁ ତାଲା ଭାଙ୍ଗି ବିଭିନ୍ନ ଆସବାବ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିବାରୁ ସେଠାରେ ମଧ୍ୟ ସାଇଣ୍ଟିଫିକ୍ ଦଳ ତଦନ୍ତ କରିଥିବା ଜଣାପଡିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories