www.samajalive.in
Monday, December 8, 2025
24.1 C
Bhubaneswar

ବିଧାନସଭାର ଶୀତକାଳୀନ ଅଧିବେଶନ: ଆରମ୍ଭରୁ ମୁଲତବୀ

ଭୁବନେଶ୍ୱର: ପଞ୍ଚଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବୀ ଘୋଷଣା କରାଯାଇଛି।
ଶୁକ୍ରବାର ପୂର୍ବାହ୍ନ ୧୦ଟା ବେଳେ ଗୃହ ଆରମ୍ଭ ହେବା ମାତ୍ରେ ଦିବଂଗତଙ୍କ ପ୍ରତି ଗୃହ ପକ୍ଷରୁ ସମବେଦନା ଜ୍ଞାପନ ସହିତ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ସରକାରୀ ଉପମୁଖ୍ୟ ସଚେତକ ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପାଳ, ନୟାଗଡ଼ର ପୂୂୂର୍ବତନ ବିଧାୟକ ବଂଶୀଧର ସାହୁ, ସିଆରପିଏଫ୍‍ର ଯବାନ ଚମ୍ପେଶ୍ୱର ମହାକୁଡ଼, ବ୍ରଜମୋହନ ବେହେରା, ଦୂରଦର୍ଶନ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ବିୟୋଗରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଗତ କରିବା ସହିତ ସେମାନଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଓ ସମବେଦନା ଜ୍ଞାପନ କରିଥିଲେ। ଏହାପରେ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଶୋକପ୍ରସ୍ତାବ ଆଗତ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ବାଚସ୍ପତି ପ୍ରଦୀପ ଅମାତ ଗୃହ ପକ୍ଷରୁ ଶୋକ ପ୍ରସ୍ତାବ ଆଗତ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ। ଏହାପରେ ୧ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।
ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ପକ୍ଷରୁ ବାଚସ୍ପତିଙ୍କ ପୋଡିୟମ୍‍ ସାମ୍ନାରେ ହୋ ହଲ୍ଲା କରାଯାଇଥିଲା। ସରକାର ଚାଷୀଙ୍କୁ ଅବହେଳା କରୁଥିବାରୁ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ତେଣୁ ପ୍ରଶ୍ନକାଳ ମାତ୍ର ୧୪ ମିନିଟ ଚାଲି ପାରିଥିଲା। ଗୃହ ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ୧୨.୧୪ ମିନିଟ ପର୍ଯ୍ୟନ୍ତ ଗୃହକୁ ୧ ଘଣ୍ଟା ପାଇଁ ମୁଲତବୀ ଘୋଷଣା କରିଥିଲେ। ୧୨.୧୪ ମିନିଟରେ ଗୃହରେ କଂଗ୍ରେସ ଓ ବିଜେପି  ସଦସ୍ୟମାନେ ପୁଣି ହଟ୍ଟଗୋଳ ଆରମ୍ଭ କରିଥିଲେ। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ବାଚସ୍ପତି ପ୍ରଦୀପ ଅମାତ ଆସନ୍ତା ଶନିବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଅଭିଜିତ ଆୟାର ମିତ୍ର ଓଡ଼ିଶାର ସଂସ୍କୃତି ଓ ବିଧାୟକଙ୍କ ସମ୍ପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟର ତଦନ୍ତ କରିଥିବା ଗୃହ କମିଟି ରିପୋର୍ଟ ମଧ୍ୟ ଆଜି ଦାଖଲ ହୋଇପାରିନାହିଁ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories