www.samajalive.in
Saturday, December 6, 2025
19.1 C
Bhubaneswar

କିଛି ସମୟ ଚାଲିଲେ ମିଳେ ଏହି ସବୁ ଲାଭ..

ନିୟମିତ କିଛି ସମୟ ଚାଲିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। କିଛି ସମୟ ଚାଲିବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଖୁବ କମ୍‌‌ ଥାଏ।
କିଛି ସମୟ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଆପଣ ସତେଜ ଅନୁଭବ କରିଥାଆନ୍ତି। ଆଳସ୍ୟ ଦୂର ହେବା ସହ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ।
ନିୟମିତ ୧୫ ରୁ ୨୦ ମିନିଟ୍‌‌ ଚାଲିବା ଦ୍ୱାରା ଶରୀରରେ ଜମାଟ ବାନ୍ଧୁଥିବା ଚର୍ବି ହ୍ରାସ ହୋଇଥାଏ। ମୋଟାପଣ ବୃଦ୍ଧି ହୋଇନଥାଏ।
ଚାଲିବା ଦ୍ୱାରା ଶରୀରରେ ଶକ୍ତି ସଠିକ ଭାବେ ରହିଥାଏ। ଅମ୍ଳଜାନ ପ୍ରବାହ ସଠିକ ହେବା ସହ ହରମୋନ ସ୍ତର ମଧ୍ୟ ସଠିକ ରହେ।
ଚାଲିବା ଦ୍ୱାରା ଶରୀର ଶେଷ ଅଂଶରେ ଥିବା ମାଂସପେଶୀ ମଜଭୂତ ହୋଇଥାଏ। ଏହାସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।
ନିୟମିତ ଚାଲିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ସଠିକ ରହିଥାଏ। ପାଚନ ତନ୍ତ୍ର ସୁସ୍ଥ ରହିବା ସହ ସଠିକ ଭାବେ କାର୍ଯ୍ୟ କରିଥାଏ। ଭୋଜନ କରିବାର ତୁରନ୍ତ ନୁହେଁ ବରଂ କିଛି ସମୟ ପରେ ଚାଲନ୍ତୁ।
ଚିନ୍ତିତ ରହୁଥିଲେ ଏହା ଦୂର ପାଇଁ ମାନସିକ ଶାନ୍ତି ପାଇଁ, ମସ୍ତିଷ୍କ ସୁସ୍ଥ ରହିବା ପାଇଁ ନିୟମିତ କିଛି ସମୟ ଚାଲିବା ନିତାନ୍ତ ଆବଶ୍ୟକ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories