www.samajalive.in
Saturday, December 13, 2025
26.1 C
Bhubaneswar

ମନ୍ଦିର ହୁଣ୍ଡି ଭାଙ୍ଗି ଭକ୍ତଙ୍କ ଲକ୍ଷାଧିକ ଦାନ ଅର୍ଥ ଲୁଟ୍‍

କେନ୍ଦୁଝରଗଡ : କେନ୍ଦୁଝର ସହର ଉପକଣ୍ଡ ବୋଦାପଳସାସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ମନ୍ଦିର ପରିସରରେ ଥିବା ହୁଣ୍ଡିକୁ ଭାଙ୍ଗି ଭକ୍ତଙ୍କ ଦାନ ଅର୍ଥ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ସବୁଦିନ ପରି ରବିବାର ସନ୍ଧ୍ୟାରେ ସାନ୍ଧ୍ୟ ଆଳତୀ ପରେ ମନ୍ଦିର ବନ୍ଦ କରି ପୂଜକ ଚାଲି ଯାଇଥିଲେ। ଶ୍ରାବଣ ସୋମବାର ପରିପ୍ରେକ୍ଷୀରେ ମନ୍ଦିରରେ ଜଳାଭିଷେକ ପାଇଁ ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ ନିମନ୍ତେ ରାତି ପ୍ରାୟ ୯ଟାରେ ରୋଷେୟା ମନ୍ଦିରରେ ପହଞ୍ଚିବା ବେଳକୁ ମନ୍ଦିର ବେଢ଼ା ଲାଇଟ୍‍ ଜଳୁଥିବା ବେଳେ ମନ୍ଦିର ପରିସର ଲାଇଟ୍‍ ବନ୍ଦ ଥିବା ଦେଖିଥିଲେ ହେଁ କୌଣସି କାରଣରୁ ଲାଇଟ୍‍ ଜଳୁନଥିବା ଆଶଙ୍କା ପ୍ରକଟ କରିଥିଲେ।

ସୋମବାର ସକାଳୁ ମନ୍ଦିରର କୋଠ ତହସିଲଦାର ପ୍ରଦୀପ କୁମାର ପଣ୍ଡା ମନ୍ଦିରରେ ପହଞ୍ଚିବା ବେଳକୁ ମନ୍ଦିର ମୁଖ୍ୟଫାଟକ ତାଲା ଭାଙ୍ଗି କେହି ଦୁର୍ବୃତ୍ତ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଭକ୍ତଙ୍କ ଲକ୍ଷାଧିକ ଟଙ୍କା ଦାନ ଅର୍ଥକୁ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସଦର ଥାନା ପୁଲିସ ନିକଟରେ କୋଠ ତହସିଲଦାର ଶ୍ରୀ ପଣ୍ଡା ଅଭିଯୋଗ କରିବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାରେ ପୁଲିସ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇନଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories