www.samajalive.in
Saturday, December 13, 2025
21.1 C
Bhubaneswar

ବଜ୍ରପାତରେ ୧ ମୃତ, ଜଣେ ଆହତ

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜଣେ ଆହତ ହୋଇଥିବା ଜଣାଯାଇଛି। ଭୀମପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶିଭୂଷଣ ନାଏକ(୬୨) ନିଜର ଚାଷ ଜମିରେ ପାୱାରଟିଲରରେ ହଳ କରୁଥିଲେ। ଏହି ସମୟରେ ବର୍ଷା ସହିତ ଘଡଘଡି ହୋଇଥିଲା। ଶଶିଭୂଷଣ ବର୍ଷା ଆସିବାରୁ ଗାଡ଼ି ଚାଳକ ରାଜେଶ କୁମାର ମହାନ୍ତ(୨୩)ଙ୍କୁ ବିଲରୁ ଗାଡି ଉଠାଇ ଆଣିବା ପାଇଁ କହିଥିଲେ। ଏହି ସମୟରେ ବଜ୍ରପାତ ହେବା ଫଳରେ ଶଶିଭୂଷଣ ସେହିଠାରେ ଟଳି ପଡ଼ିଥିଲେ ଏବଂ ପାୱାର ଟିଲର ଚାଳକ ଆହତ ହୋଇଥିଲେ। ଆହତ ଚାଳକଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଭଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପାୱାର ଟିଲର ଚାଳକ ରାଜେଶଙ୍କ ଚେତା ଫେରିଥିବା ଜଣାଯାଇଛି। ଅବସରପ୍ରାପ୍ତ ଶିକ୍ଷକଙ୍କ ବ୍ରଜପାତରେ ମୃତ୍ୟୁ ହୋଇଥିବା ଖବର ପାଇ ବହୁ ଶିକ୍ଷକ ସେଠାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ସେ ଜଣେ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଥିବାରୁ ବହୁ ପୁରାତନ ଛାତ୍ରଛାତ୍ରୀ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories