www.samajalive.in
Wednesday, December 10, 2025
16.1 C
Bhubaneswar

ବିକ୍ଷୋଭ ପରେ ପଦ ହରାଇଲେ ଏସ୍‍. ବି. ଶଶାଙ୍କ, ଆଶିଷ କୁନ୍ଦ୍ରା ମିଜୋରମର ନୂଆ ସିଇସି

ନୂଆଦିଲ୍ଲୀ : ନିର୍ବାଚନାଭିମୁଖୀ ମିଜୋରମରେ ସୃଷ୍ଟି ହୋଇଥିବା ବିବାଦକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ (ଇସି) ଗୁରୁବାର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି) ପଦରୁ ଏସ୍‍. ବି. ଶଶାଙ୍କଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ୧୯୯୬ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଆଶିଷ କୁନ୍ଦ୍ରାଙ୍କୁ ନୂତନ ସିଇସି ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ଆଶିଷ ମିଜୋରାମର ଉଚ୍ଚ ଏବଂ ବୈଷୟିକ ଶିକ୍ଷା ବିଭାଗ କମିଶନ ଭାବେ ନିଯୁକ୍ତ ଥିଲେ। ନଭେମ୍ବର ୨୮ରେ ମିଜୋରମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶଶାଙ୍କଙ୍କ କେତେକ ଅଭିଯୋଗକୁ ଭିତ୍ତି କରି ରାଜ୍ୟରେ ଏହି ବିବାଦ ମୁଣ୍ଡ ଟେକିଥିଲା। ଉତ୍ତରପୂର୍ବାଞ୍ଚଳାର ଏହି ରାଜ୍ୟରେ ଅତିରିକ୍ତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‍) ମୁତୟନ କରିବା ଲାଗି ଶଶାଙ୍କ ନିକଟରେ ଦାବି କରିଥିଲେ। ଏଥିସହ ତାଙ୍କର ଏକ ଅଭିଯୋଗକୁ ଭିତ୍ତି କରି ମିଜୋରାମର ମୂଳବାସିନ୍ଦା ତଥା ଗୁଜରାଟ କ୍ୟାଡର ଆଇଏଏସ୍‍ ଅଧିକାରୀ ଲାଲନୁନମାୱିଆ ଚୁଆଉଙ୍ଗୋଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ହଟାଇ ଦିଆଯାଇଥିଲା। ଚୁଆଉଙ୍ଗୋ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଦର୍ଶାଇ ଶଶାଙ୍କ ଅକ୍ଟୋବର ଶେଷ ସପ୍ତାହରେ ଇସିଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ଚିଠି ପାଇବାର ଏକ ସପ୍ତାହରୁ କମ୍‍ ସମୟ ମଧ୍ୟରେ ଇସି ଚୁଆଉଙ୍ଗୋଙ୍କୁ ତତ୍କାଳ ମୁଖ୍ୟ ଶାସନସଚିବ ଦାୟିତ୍ୱରୁ ହଟାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଚୁଆଉଙ୍ଗୋଙ୍କୁ ହଟାଯିବା ପରେ ରାଜ୍ୟର ହଜାର ହଜାର ଲୋକ ଶଶାଙ୍କଙ୍କୁ ସିଇସି ପଦରୁ ହଟାଇବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ୱେଚ୍ଛାସେବୀ ସଂସ୍ଥା କୋର୍ଡିନେସନ୍‍ କମିଟି ନେତୃତ୍ୱରେ ବିକ୍ଷୋଭକାରୀମାନେ ରାଜ୍ୟ ଛାଡିବାକୁ ଶଶାଙ୍କଙ୍କୁ ଦୁଇଦିନର ସମୟସୀମା ଦେଇଥିଲେ। ଫଳରେ ପରିସ୍ଥିତି ସମୀକ୍ଷା ଲାଗି ଇସି ମଙ୍ଗଳବାର ରାଜ୍ୟକୁ ପ୍ରଥମ ପ୍ରତିନିଧି ଦଳ ପଠାଇଥିଲେ। ଦିଲ୍ଲୀଠାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ହାଜର ହେବା ନିମନ୍ତେ ସମନ ପାଇବା ପରେ ଶଶାଙ୍କ ବୁଧବାର ମିଜୋରାମ ଛାଡିଥିଲେ। ଏହାପରେ ବିକ୍ଷୋଭ ପ୍ରତ୍ୟାହାର ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories