www.samajalive.in
Monday, December 8, 2025
13.1 C
Bhubaneswar

୭ ମାସ ହେଲା ଭତ୍ତାରୁ ବଞ୍ଚିତ ବିଧବା ମୃଗୁଣୀ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତ ଅଧିନରେ ଥିବା ଖାଇରପାଲି ଗ୍ରାମର ଗଣେଶ ନଗରରେ ରହୁଥିବା ବିଧବା ମହିଳା ମୃଗୁଣୀ ନାଗ(୪୮)ଙ୍କୁ ଦୀର୍ଘ ୭ ମାସ ହେଲା ବିଧବା ଭତ୍ତା ମିଳି ନଥିବା ନଜରକୁ ଆସିଛି। ଏହି ବିଧବା ମହିଳାଙ୍କର ପରିବାର ବର୍ଗ କେହି ନାହାନ୍ତି। ସେ ଏକା ରହନ୍ତି । ସ୍ଵାମୀଙ୍କ ମୃତ୍ୟୁ ପରେ ସେ ଭଲ ଭାବରେ ଶୁଣି ପାରୁନାହାନ୍ତି। ବହୁ କଷ୍ଟରେ ବିଧବା ଭତ୍ତା ଟଙ୍କା ପାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ଗତ ଜାନୁଆରୀ ୨୦୨୩ରୁ ଆଉ ତାଙ୍କୁ ସେହି ଭତ୍ତା ଟଙ୍କା ମିଳୁନଥିବା ସେ ପ୍ରକାଶ କରିଛନ୍ତି। ଏଥିପାଇଁ ସେ କାହାକୁ କହିବେ ତାହା ମଧ୍ୟ ଜାଣି ପାରୁନାହାନ୍ତି। ପଞ୍ଚାୟତକୁ ଗଲେ ଭତ୍ତା ଟଙ୍କା ଆସି ନଥିବା କହି ତାଙ୍କୁ ଫେରାଇ ଦିଆଯାଉଛି। କିନ୍ତୁ କଣ ପାଇଁ ଟଙ୍କା ଆସୁନାହିଁ ତାହା କେହି ସ୍ପଷ୍ଟ କହୁ ନାହାନ୍ତି। ଲୋକଙ୍କୁ ପଚାରି ପଚାରି ସେ ଅତାବିରାକୁ ଆସିଥିଲେ, କାଳେ ତାଙ୍କର ଆଧାର ନମ୍ୱରରେ କିଛି ଭୁଲ ରହିଥିବ ବୋଲି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କ ଘରକୁ ଘର ଯାଇ ଭତ୍ତା ଟଙ୍କା ଦେବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମୃଗୁଣୀଙ୍କ କ୍ଷେତ୍ରରେ ତାହା ଓଲଟା ସାବ୍ୟସ୍ତ ହୋଇଛି। ଲୋକଙ୍କୁ ପଚାରି ସେମାନେ ଯାହା କହୁଛନ୍ତି, ତାହା କରିବା ପାଇଁ ବହୁ କଷ୍ଟରେ ମାଇଲ ଦୂର ଚାଲି ଚାଲି ଆସି କାମ ନ ହେଲେ ପୁଣି ଫେରୁଛନ୍ତି। ଜିଲା ତଥା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏମିତି ଅସହାୟ ଲୋକଙ୍କ ଅସୁବିଧାକୁ ବୁଝି ବିହୀତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories