www.samajalive.in
Saturday, December 13, 2025
26.1 C
Bhubaneswar

ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥର ଚୌଦ୍ୱାର କଲେଜ ପାଖ ଧୂମାବତୀ ଛକ ନିକଟରେ ଏକ ମଟର ସାଇକେଲ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଚୌଦ୍ୱାର ପୌରପାଳିକା ୧୩ନଂ ୱାର୍ଡ ପାଇକରାପୁର ଗ୍ରାମର ଅଲିଆ ନାଏକ। ଅଲିଆ ଗୁରୁବାର ନିଜ ଗ୍ରାମରୁ ସାଇକେଲରେ ଚୌଦ୍ୱାର ଅଭିମୁଖେ ଆସୁଥିବା ବେଳେ ପଛରୁ ଏକ ମଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା।

ସାଇକେଲରୁ ଛିଟିକି ପଡି ଅଲିଆ ଗୁରୁତର ଆହତ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଲିଆକୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଓ ବାଇକକୁ ଥାନାକୁ ଆଣି ତଦନ୍ତ ଜାରୀ ରଖିଛି। ଖବର ପାଇ ପାଇକରାପୁର ଗ୍ରାମବାସୀ ଓ ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରେ ରୁଣ୍ଡ ହୋଇ ଯିବାଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବାରୁ ଗାଡିମଟର ସବୁ ରାଜପଥର ମୁଖ୍ୟ ରାସ୍ତା ଛାଡି ସର୍ଭିସ ରୋଡରେ ଯାତାୟତ କରୁଥିବା ହେତୁ ଦୈନନ୍ଦିନ ଛୋଟବଡ ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories