www.samajalive.in
Saturday, December 13, 2025
26.1 C
Bhubaneswar

ରାମ ରହିମ୍‌ଙ୍କୁ ୩୦ ଦିନିଆ ପାରୋଲ୍‌

ଚଣ୍ଡିଗଡ଼ : ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ସଂଗଠନ ମୁଖ୍ୟ ଗୁରମିତ ରାମ ରହିମ୍‌ଙ୍କୁ ହରିୟାଣା ସରକାର ୩୦ଦିନିଆ ପାରୋଲ୍‌ ପ୍ରଦାନ କରିଛନ୍ତି। ସୂଚନାଥାଉ କି ଗତ ଜାନୁଆରୀରେ ରାମ ରହିମ୍‌ଙ୍କୁ ହରିୟାଣା ସରକାର ପାରୋଲ୍‌ ପ୍ରଦାନ କରିଥିବାବେଳେ ପୁନର୍ବାର ତାଙ୍କୁ ୩୦ଦିନିଆ ପାରୋଲ୍‌ ପ୍ରଦାନ କରାଯାଇଛି। ପାରୋଲ୍‌ ସମୟରେ ରାମ ରହିମ୍‌ ଉତ୍ତରପ୍ରଦେଶର ବାଗପତ୍‌ ଜିଲାରେ ଥିବା ଆଶ୍ରମରେ ରହିବେ। ଶିର୍ସାସ୍ଥିତ ଆଶ୍ରମରେ ନିଜର ଦୁଇ ଅନୁଗାମୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ରାମ ରହିମ୍‌ ରୋହତକ୍‌ ଜେଲ୍‌ରେ ୨୦ ବର୍ଷର ସଜା କାଟୁଛନ୍ତି। ଚଳିତଥରକୁ ମିଶାଇ ରାମ ରହିମ୍‌ଙ୍କୁ ୫ଥର ପାରୋଲ୍‌ ପ୍ରଦାନ କରାଯାଇଛି। ରାମ ରହିମ୍‌ଙ୍କୁ ୩୦ ଦିନ ପାଇଁ ପାରୋଲ୍‌ ପ୍ରଦାନ କରଯାଇଥିବାବେଳେ ଏହି ସମୟରେ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories