www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରେମ ନା ଗୁଇନ୍ଦାଗିରି! ଗୁମର ଖୋଲିବ ଏଟିଏସ୍‌

ନୂଆଦିଲ୍ଲୀ: ପବ୍‌ଜି ଖେଳ ମାଧ୍ୟମରେ ଗ୍ରେଟର ନଏଡ଼ାର ସଚିନ ମୀଣା(୨୨)ଙ୍କ ପ୍ରେମରେ ପଡ଼ି ଭାରତ ପଳାଇ ଆସିଥିବା ସୀମା ହାଇଦର(୩୦)ଙ୍କୁ ଦୁଇ ଦିନ ହେଲା ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ବାହିନୀ (ଏଟିଏସ୍‌) ପଚରାଉଚୁରା ଚଳାଇଛି। ସୀମା ଭଲ ଇଂରାଜୀ କହିପାରୁଛନ୍ତି। ତାଙ୍କର ପବ୍‌ଜି ମାଧ୍ୟମରେ ବହୁ ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଛି। ପୂର୍ବରୁ ମଧ୍ୟ ଏହି ଅନ୍‌ଲାଇନ୍‌ ଖେଳ ମାଧ୍ୟମରେ ଭାରତର; ବିଶେଷକରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର କିଛି ବ୍ୟକ୍ତିଙ୍କ ସହିତ ସେ ଯୋଗାଯୋଗରେ ଥିଲେ। ଏସବୁ ଜାଣିବା ପରେ ଏଟିଏସ୍‌ ସ୍ବାଭାବିକ ଭାବେ ସନ୍ଦିହାନ୍‌ ହୋଇପଡ଼ିଛି ଓ ଅଧିକ ଖୋଳତାଡ଼ ଚଳାଇଛି।

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/balasore-news-9/482876.html

- Advertisement -

କେବଳ ସେତିକି ନୁହେଁ; ସୀମାଙ୍କ ଭାଇ ଅସିଫ ଓ ଜଣେ ସମ୍ପର୍କୀୟ ଗୁଲାମ ଆକବର ପାକିସ୍ତାନୀ ସେନାରେ ନିଯୁକ୍ତ ଥିବା ତାଙ୍କ ସ୍ବାମୀ ଗୁଲାମ ହାଇଦର କହିବା ପରେ ସମ୍ପୂର୍ଣ୍ଣ ଘଟଣା ରହସ୍ୟମୟ ହୋଇପଡ଼ିଛି। ଅସିଫ କରାଚୀରେ କାର୍ଯ୍ୟରତ ଥିବାବେଳେ ଆକବର ଇସଲାମାବାଦରେ ଉଚ୍ଚ ପଦରେ ନିଯୁକ୍ତ। ସେଥିପାଇଁ ଗୁଇନ୍ଦା ବ୍ୟୁରୋ(ଆଇବି) ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି। ସୀମାଙ୍କର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କିମ୍ବା ସେନା ସହ ସମ୍ପର୍କ ରହିଛି କି ନାହିଁ ତାହାର ସନ୍ଧାନ ନିଆଯାଉଛି। ସେ କିପରି ବିନା ଭିସାରେ ଭାରତରେ ପ୍ରବେଶ କରିପାରିଲେ ସେ ନେଇ ଅଧିକ ତଦନ୍ତ ଚାଲିଛି। ତାଙ୍କ ପାଖରେ ୨୦୨୨ ସେପ୍ଟେମ୍ବର ୨୦ରେ ପ୍ରଦାନ କରାଯାଇଥିବା ପାକିସ୍ତାନୀ ପରିଚୟ ପତ୍ର ରହିଛି। ତାଙ୍କ ପାଖରେ ଥିବା ଅନ୍ୟ ଦସ୍ତାବିଜ୍‌ର ମଧ୍ୟ ଅନୁଧ୍ୟାନ କରାଯାଉଛି। ତାଙ୍କ ନେପାଳ ଓ ଦୁବାଇ ଗସ୍ତ ନେଇ ମଧ୍ୟ ଜେରା କରାଯାଉଛି। ସେ ଅଶିକ୍ଷିତ ହୋଇଥିଲେ ଭଲ ଇଂରାଜୀ ଉଚ୍ଚାରଣ କରିପାରିନଥାନ୍ତେ କିମ୍ବା ବିନା କାହା ସହାୟତାରେ ଦୁବାଇ ଓ ନେପାଳ ଗସ୍ତର ସାହସ ଜୁଟାଇପାରିନଥାନ୍ତେ ବୋଲି ଏଟିଏସ୍‌ ସନ୍ଦେହ କରୁଛି।

ସ୍ବାମୀ ଗୁଲାମ ହାଇଦର ଦୁବାଇରେ ଅଟୋରିକ୍ସା ଚଳାଉଥିବା ବେଳେ ସୀମା କିପରି ଏତେ ସ୍ମାର୍ଟ ସେଥିନେଇ ସନ୍ଦେହ ହେଉଛି। ପ୍ରେମିକ ସଚିନଙ୍କୁ ମଧ୍ୟ କ୍ରମାଗତ ଦ୍ବିତୀୟ ଦିନ ଜେରା କରାଯାଇଛି। ସୀମାଙ୍କୁ ଛାଡ଼ିଦେବା ପାଇଁ ଅଜଣା ସୂତ୍ରରୁ ମୁମ୍ବଇ ପୁଲିସକୁ ୧୨ତାରିଖରେ ଆତଙ୍କବାଦୀ ଆକ୍ରମଣର ଫୋନ୍‌ ଧମକ ଓ ରବିବାର ପାକିସ୍ତାନରେ ଶତାଧିକ ବର୍ଷର ପୁରୁଣା ମନ୍ଦିର ଭଙ୍ଗାରୁଜା ଘଟଣା ଅଧିକ ସନ୍ଦେହ ସୃଷ୍ଟି କରିଛି। ପୁନଶ୍ଚ ଏଟିଏସ୍‌ ରବିବାର ଲକ୍ଷ୍ନୌରୁ ଜଣେ ସନ୍ଦିଗ୍ଧ ଆଇଏସ୍‌ଆଇ ଏଜେଣ୍ଟକୁ ଗିରଫ କରିଛି। ଏସବୁ ଘଟଣା ନେଇ ସୀମା ପୁନର୍ବାର ଗିରଫ ହେବା ଆଶଙ୍କା କରୁଛନ୍ତି। ଏଟିଏସ୍‌ ମଧ୍ୟ ଗିରଫ ଭୟରେ ସୀମା ଖସି ପଳାଇପାରନ୍ତି ବୋଲି ସନ୍ଦେହ କରି ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories